ଓଡିଶା

ଓଡ଼ିଶାରେ ଘନ କୁହୁଡ଼ି 

(ଭୁବନେଶ୍ୱର) :  ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ଅଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ଘନ କୁହୁଡ଼ି ଲାଗି ରହିବ। ୨୧ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ଉପକୂଳ ଓଡ଼ିଶା ସମେତ ସାରା ରାଜ୍ୟରେ ରାତିର ତାପମାତ୍ରା ପୁଣିଥରେ ସାମାନ୍ୟ ବୃଦ୍ଧି ପାଇବ।

ସୂଚନାନୁଯାୟୀ , ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନ‌ରେ ହାଲୁକାରୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଉପକୂଳ ଓଡ଼ିଶରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ କିମ୍ବା ତା’ଠାରୁ କମ୍‌ ରହିଛି। ଚାନ୍ଦବାଲିରେ ୧୩.୨ ଡିଗ୍ରି ଥିବା ବେଳେ ପାରାଦୀପରେ ୧୩.୯, ବାରିପଦାରେ ୧୧.୪, ଝାରସୁଗୁଡ଼ାରେ ୧୦.୬, ସମ୍ବଲପୁରରେ ୧୨.୯, ତାଳଚେରରେ ୧୨.୪, ଭବାନୀପାଟଣାରେ ୧୧.୨, ବଲାଙ୍ଗୀରରେ ୧୧.୮, ସୋନପୁରରେ ୧୧.୬, ନୟାଗଡ଼ରେ ୧୩.୫, ବୌଦ୍ଧରେ ୧୧.୫, ଢେଙ୍କାନାଳରେ ୧୨.୬, ବରଗଡ଼ରେ ୧୩.୬, ନବରଙ୍ଗପୁରରେ ୧୨.୫, କେନ୍ଦ୍ରାପଡ଼ାରେ ୧୨.୨, ଜଗତ୍‌ସିଂହପୁରରେ ୧୨.୮, କଟକ ଓ ଭୁବନେଶ୍ବରରେ ୧୩.୫ ଡିଗ୍ରି ରହିଥିଲା।

Related posts

ରାଜ୍ୟରେ ରହିଛନ୍ତି ୧୧ ହଜାର ୩୯୭ ଘର ବାରି ଶୂନ୍ୟ ପରିବାର

mahabharatanews

ପୁରୀରେ ପହଞ୍ଚିଲେ ୫-ଟି ସଚିବ

mahabharatanews

ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ରଫିକ୍ଙ୍କ ଶପଥ ପାଠ

mahabharatanews