ଓଡିଶା

ଅସହ୍ୟ ଶୀତ,ଉଦୟଗିରି ସବୁଠୁ ଥଣ୍ଡା

(ଭୁବନେଶ୍ୱର): ଜାଡରେ ଥରୁଛି ଓଡିଶା  ।  ଆଜି ରାଜ୍ୟରେ ଅସହ୍ୟ ଶୀତ ଅନୂଭୂତ ହେଉଛି । ପାହାଡିଆ ଅଞ୍ଚଳ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ଯେଉଁଠି ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୭, କିରେଇ ୭.୭ ଡିଗ୍ରୀ, ସିମିଳିଗୁଡ଼ା ଓ ଦାରିଙ୍ଗବାଡ଼ିରେ ୮ ଡିଗ୍ରୀ ଏବଂ କେନ୍ଦୁଝର ୮.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୮.୯, ଅନୁଗୁଳ ଓ ନବରଙ୍ଗପୁରରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସୂଚନାନୁଯାୟୀ , ସେହିପରି ଭବାନୀପଟଣା ୯.୫ ଡିଗ୍ରୀ, କଟକରେ ୧୪.୪ ଡିଗ୍ରୀ, ଭୁବନେଶ୍ୱରରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ। ୨୩ ତାରିଖରେ ୧୦ ଜିଲ୍ଲା ଓ ୨୪ ତାରିଖରେ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍‌ ରହିବା ନେଇ ଚେତାବନୀ ଦିଆଯାଇଛି ।

Related posts

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

mahabharatanews

 ୩୧ ଯାଏଁ ସ୍ଥଗିତ ରହିଲା ବସ୍ ଧର୍ମଘଟ

mahabharatanews

ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ, ପିଲା ପଢିବେ ନୂଆ ବହି…

mahabharatanews