(କୋରାପୁଟ) : ନଦୀରେ ଡଙ୍ଗାବୁଡି ଜଣେ ମୃତ, ୪ ନିଖୋଜ । ପାତାଳି ନଦୀ ତାନସିଂ ଘାଟରେ ଅଘଟଣ । ଆଜି ଅପରାହ୍ନରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ଏପରି ଅଘଟଣା ଘଟିଥିଲା । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ସୂଚନାଅନୁସାରେ, କୁଲାସିଂ ପଞ୍ଚାୟତ ତାନସିଂ ଗାଁର ଲାଲମଣି ୪୦ ବର୍ଷିୟ ସୀମା, ଶଖି ରେଖା ଆର୍ଲାବ(35), ଶାନ୍ତି ସୀମା(7), ନବିନ ଆର୍ଲାବ ଓ ପୁଷ୍ପାଞ୍ଜଳି ଆରଲାବ (6) ଦେଶୀ ଚଲାଇ ପାତାଳୀ ନଦୀ ପାର ହୋଇ ବଡେଲା ଗାଁକୁ ଯାଉଥିଲେ । ହେଲେ ନଦୀ ମଝିରେ ଡଙ୍ଗାଟି ବୁଡି ଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଜଣଙ୍କ ମୃତ ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି । ମୃତକ ହେଲେ ଲାଲ୍ ମଣି ସୀମା ।
