(ସୁନ୍ଦରଗଡ଼) : ସୁନ୍ଦରଗଡ଼ରେ ହାତୀପଲଙ୍କ ଉପଦ୍ରବ ଗତ ୨୨ ତାରିଖରୁ ଲାଗିରହିଛି। ହାତୀପଲଙ୍କ ଉପଦ୍ରବ ଯୋଗୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବନବିଭାଗ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଯେତେ ଚେଷ୍ଟାକଲେ ମଧ୍ୟ ହାତୀ ଅଂଚଳ ଛାଡ଼ି ଯାଉନାହିଁ। ଏହାର ପ୍ରତିବାଦ କରି ତେଲିଯୋର, ମହୁଲଗାଁ ଗ୍ରାମବାସୀ ଆଜି ରାସ୍ତାରୋକ କରିଥିଲେ। ପରେ ବନ ଅଧିକାରୀ ପହଞ୍ଚି ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକରୁ ଗ୍ରାମବାସୀ ହଟିଥିଲେ।
ସୂଚନାନୁଯାୟୀ , ତେଲିଯୋର, ମହୁଲଗାଁ ନିକଟରେ ସିରମୁଣ୍ଡା ଜଙ୍ଗଲରେ ହାତୀ ଅଛି। ସେଠାରେ ଖାଇବା, ରହିବା, ପାଣିର ସବୁ ଭରପୁର ଥିବାରୁ ରାତିରେ ଘର ଭାଙ୍ଗି ଧାନ ଚାଉଳ ସହ ଘରୋଇ ଉପକରଣ ମାଡ଼ି ଦଳି ସର୍ବନାଶ କରି ଦେଇଥିବାବେଳେ ସକାଳରେ ପୁଣି ସେହି ଜଙ୍ଗଲରେ ରହିଯାଉଛି।
