(ବାଲେଶ୍ଵର) : ଆଜି ଗୋପିନାଥପୁର ନୀଳଗିରିରୁ ଷ୍ଟେସନରୁ ବାଲେଶ୍ୱରକୁ ଗଡ଼ିଲା ମେମୁ ଟ୍ରେନ୍ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ବ କରିଛନ୍ତି । ଲୋକାର୍ପଣ ପାଇଁ ନୂଆ ମେମୁ ଟ୍ରେନ ସହ ନିଳଗିରି ଷ୍ଟେସନକୁ ଫୁଲରେ ସଜାଯାଇଥିଲା । ୮ଟି ବଗି ବିଶିଷ୍ଟ ଏହି ଟ୍ରେନ୍ ରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଗି ରହିଥିବା ବେଳେ ମୋଟ୍ ୧୬ କିଲୋମିଟର ପର୍ଯ୍ୟନ୍ତ ଏହି ଟ୍ରେନ ଚଳାଚଳ କରିବା ନେଇ ସୂଚନା ରହିଛି ।
ସୂଚନାନୁଯାୟୀ ,ତେବେ ଗୋପିନାଥପୁର, ନିଳଗିରି ଏବଂ ବାଲେଶ୍ୱର ଲୋକଙ୍କ ପାଇଁ ଯାତାୟତା ପାଇଁ ସୁବିଧା ହେବ । ବାଲେଶ୍ୱର ଗୋପୀନାଥପୁର ନୀଳଗିରି ପାସେଞ୍ଜର ଲାଇନ ଲୋକାର୍ପିତ ହୋଇଯାଇଛି । ସେହିପରି ବେତନଟୀରେ ସବ୍ ୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରେଳମନ୍ତ୍ରୀ । ଲୋକଙ୍କ ସୁବିଧା ଓ ନିରାପତ୍ତା ପାଇଁ ଏହି ସବ୍-ୱେ ର ନିର୍ମାଣ କରାଯିବ ଯାହା ଦ୍ୱାରା ଲୋକ ମାନେ ଆଉ ଟ୍ରେନ୍ ଲାଇନ୍ ଅତିକ୍ରମ ନ କରି ସବ୍ ୱେ’ରେ ଯାହାୟତ କରିପାରିବେ । ସେହିପରି ବେତନଟୀରେ ପିଆରଏସ୍ ବୁକିଂ ଓ କାଉଣ୍ଟରର ଉଦଘାଟନ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ଉପସ୍ଥିତ ଥିଲେ ।
