ଓଡିଶା

ଶିମିଳିପାଳରୁ ୨୩ଟି ଦେଶୀ ବନ୍ଧୁକ

(ଶିମିଳିପାଳ) : ଦେଶୀ ବନ୍ଧୁକର ଗନ୍ତାଘର ପାଲଟିଛି ଶିମିଳିପାଳ ଅଭୟାରଣ୍ୟ । ପୁଣି ମିଳିଛି ୨୩ଟି ଦେଶୀ ବନ୍ଧୁକ । ଶିମିଳିପାଳ ଅଭୟାରଣ୍ୟରେ ପୁଲିସ ପକ୍ଷରୁ ଗତ ଦୁଇ ମାସରେ ସର୍ଚ୍ଚ ଅପରେସନ କରି ଉକ୍ତ ବନ୍ଧୁକ ଜବତ ହୋଇଥିବା ନେଇ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ, ଶିମିଳିପାଳ ସଂଲଗ୍ନ ଥିବା ୯ଟି ଥାନା ଅଧୀନରେ ଥିବା ଗାଁ ଗୁଡିକରୁ ପୁଣି ୨୩ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଏଥି ସହିତ ୮ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେଥିମଧ୍ୟରୁ ବାରିପଦା ସଦର ଥାନା, ଶରତ ଥାନା, କରଞ୍ଜିଆ ଥାନା, ଯଶୀପୁର ଥାନା ଓ ଠାକୁରମୁଣ୍ଡା ଥାନା ଗୋଟିଏ ଲେଖାଏଁ ବନ୍ଧୁକ ଜବତ ହୋଇଛି । ସେହିପରି ବଡ଼ସାହି ଥାନା ୩ଟି, ଉଦଳା ଥାନା ୫ଟି, ଖୁଣ୍ଟା ଥାନା ୮ଟି ଓ କପ୍ତିପଦା ଥାନା ପୋଲିସ ୨ଟି ଦେଶୀ ବନ୍ଧୁକ ଜବତ କରିଛି । ଏନେଇ ୯ଟି ଥାନାରେ ୧୪ଗୋଟି ମାମଲା ରୁଜୁ କରାଯାଇଛି ।

Related posts

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ସିଭିଅର ହିଟ୍‌ୱେଭ୍‌ ସମ୍ଭାବନା 

mahabharatanews

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ; ମୃତୟନ ହେବେ ୧୨୫ ସିଏପିଏଫ୍ କମ୍ପାନୀ

mahabharatanews

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଲୋଗୋ ଉନ୍ମୋଚନ 

mahabharatanews