ଭାରତ

କାଲ୍‌କାଜୀ ମନ୍ଦିରରେ ହଠାତ ଭାଙ୍ଗି ପଡିଲା ମଞ୍ଚ,ଜଣେ ମୃତ  

(ଦିଲ୍ଲୀ) :  ଶନିବାର ରାତିରେ ଦିଲ୍ଲୀସ୍ଥିତ କାଲ୍‌କାଜୀ ମନ୍ଦିର ପ୍ରାଙ୍ଗଣରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବ‌େଳେ ମଞ୍ଚ ଭାଙ୍ଗିପଡ଼ିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୭ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି ‌କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ସୂଚନାନୁଯାୟୀ , କାଲ୍‌କାଜୀ ମନ୍ଦିରରେ ‘ଜାଗରଣ’ ବା ‘ଜାଗ୍ରତ’ ଉତ୍ସବ ଚାଲିଥିବା ବ‌େଳେ ମଧ୍ୟରାତ୍ରରେ ଏହି ଅଘଟଣ ଘଟିଥିଲା। ଏହି ସମୟରେ ମନ୍ଦିର ପରିସରରେ ଭକ୍ତମାନେ ସାରାରାତି ଉଜାଗର ରହି ଗୀତ, ନାଚ ଆଦି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ଦେବୀ କାଳୀଙ୍କୁ ପୂଜା କରନ୍ତି। ବୋଲା ଯାଉଥିବା ଭଜନରେ ବିମୁଗ୍ଧ ହୋଇ କେତେକ ଭକ୍ତ ମଞ୍ଚ ଉପରକୁ ଚଢ଼ିଯିବାରୁ ମଞ୍ଚ ଭାଙ୍ଗିପଡ଼ିଲା।

Related posts

ଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟା

mahabharatanews

ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି 

mahabharatanews

ଶିଶୁଙ୍କ ଟୀକା: ଜାଇକୋବ-ଡି’ର ୧ କୋଟି ଡୋଜ କିଣିବ କେନ୍ଦ୍ର

mahabharatanews