(ମୁମ୍ବାଇ) : ସାମ୍ନାକୁ ଆସିଲା ୬୯ତମ ଫିଲ୍ମଫେୟାର ଆୱାର୍ଡ ଉତ୍ସବର ପର୍ବ । ଗୁଜୁରାଟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ସେଲିବ୍ରିଟି ଦମ୍ପତି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଯାହାକୁ ନେଇ ଉଭୟ ବେଶ ଖୁସି ଅଛନ୍ତି ।
ସୂଚନାନୁଯାୟୀ , ଅଭିନେତ୍ରୀ ଆଲିଆ ଭଟ୍ଟ ‘ରକି ଔର ରାନୀ କି ପ୍ରେମ କହାନୀ’ ସିନେମା ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଗ୍ରହଣ କରିଥିବା ବେଳେ ତାଙ୍କ ସ୍ୱାମୀ ରଣବୀର କପୁର ‘ଆନିମଲ୍’ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି।