ଭାରତ

ବର୍ଷାରେ ଭିଜିଲା ଦିଲ୍ଲୀ-ଏନସିଆର

(ଦିଲ୍ଲୀ) : ପ୍ରବଳ ଘନକୁହୁଡ଼ି ପରେ ଏବେ ବର୍ଷାରେ ପ୍ରଭାବିତ ହୋଇଛନ୍ତି ରାଜଧାନୀବାସୀ। ଗୁରୁବାର ଦିନ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଛି। ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଉତ୍ତର ଭାରତର ଅନ୍ୟାନ୍ୟ ସହରରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ସୂଚନା ରହିଛି।

ସୂଚନାନୁଯାୟୀ , ଦିଲ୍ଲୀ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ଜାରି ରହିବ।
ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ସହିତ ଦିଲ୍ଲୀର କିଛି ସ୍ଥାନରେ (ନରେଲା, ବାୱାନା, ଆଲିପୁର, ବୁରାରୀ, ରୋହିଣୀ, କରୱାଲ ନଗର), ଏନସିଆର (ଲୋନି ଦେହାଟ, ହିଣ୍ଡନ ବାୟୁସେନା ଷ୍ଟେସନ, ବାହାଦୂରଗଡ, ଗାଜିଆବାଦ, ଇନ୍ଦିରାପୁର, ଚାପ୍ରୁଲା, ନୋଏଡା, ଗୁରୁଗ୍ରାମ ଏବଂ ମନେସର)ରେ ବଜ୍ରପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Related posts

ଈଶାନ କିଶନଙ୍କ କମାଲ

mahabharatanews

କେରଳରେ ନିପାହ ଭାଇରସ ଆକ୍ରାନ୍ତ  

mahabharatanews

ସେନା ହେଲିକପ୍ଟର ଦୁର୍ଘଟଣା: ୨ ପାଇଲଟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

mahabharatanews