ଭାରତ

ମନ ମୋହୁଛି ଅମୃତ ଉଦ୍ୟାନ 

(ଦିଲ୍ଲୀ) :  ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ । ଫେବ୍ରୁଆରୀ ୨ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଉଦ୍ୟାନ ଖୋଲା ରହିବ । ସକାଳ ୧୦ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ ପର୍ଯ୍ୟଟକ, ହେଲେ ଅପରାହ୍ନ ୪ଟା ଯାଏଁ ଉଦ୍ୟାନ ଭିତରକୁ ପ୍ରବେଶ ପାଇଁ ଅନୁମତି ରହିଛି ।

ସୂଚନାନୁଯାୟୀ ,  ତେବେ ଉତ୍ତର ଆଭେନ୍ୟୁ ରୋଡ୍ ନିକଟସ୍ଥ ଗେଟ୍ ନମ୍ବର ୩୫ ଦେଇ ପର୍ଯ୍ୟଟକ ମାନେ ଉଦ୍ୟାନ ଭିତରକୁ ଏଣ୍ଟ୍ରି କରିପାରିବେ । ଅମୃତ ଉଦ୍ୟାନ ଦେଖିବା ପାଇଁ ବୁକିଂ ଆରମ୍ଭ ହୋଇଯାଇଛି, ଯେଉଁଥି ପାଇଁ ବର୍ତ୍ତମାନ ସୁଦ୍ଧା ୫୦ ହଜାରରୁ ଅଧିକ ଲୋକ ଟିକେଟ୍ ବୁକ୍ କରି ସାରିଲେଣି । ସେହିପରି ଚଳିତବର୍ଷର ଥିମ୍ ହେଉଛି ଟ୍ୱିଲିପ୍ ଗାର୍ଡେନ । ଏଥର ପୁରା ଗାର୍ଡେନରେ ଆପଣଙ୍କୁ ଟ୍ୱିଲିପ୍ ଫୁଲରେ ସଜାଯାଇଥିବା ଦେଖିବା ପାଇଁ ମିଳିବ ଏହାସହ ୨୨୫ ବର୍ଷ ପୁରୁଣା ଶେଶମ୍ ଗଛ ଏବଂ ପୁଷ୍ପ ଘଣ୍ଟ, ୮୫ ପ୍ରକାରର ପ୍ରଜାତିର ଫୁଲ ସହ ସେଲଫି ପଏଣ୍ଟ ମଧ୍ୟ ରହିଛି ।

Related posts

ବଢ଼ିଲା ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦର

mahabharatanews

ଏକ ମାସରେ ୩୫୫୦କୋଟି ଟଙ୍କା ମିଳିଛି ଦାନ

mahabharatanews

ନିପା ପ୍ରତିଷେଧକ: ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ

mahabharatanews