ବିଶ୍ୱରାଜନୀତି

ପାକିସ୍ତାନରେ ନିର୍ବାଚନ ପରେ ଭୋଟ ଗଣତି ଜାରି

ପାକିସ୍ତାନରେ ଚାଲିଥିଲା ସାଧାରଣ ନିର୍ବାଚନ । ଏବେ ଜାରି ରହିଛି ଭୋଟ ଗଣତି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଇମ୍ରାନଙ୍କ ଦଳ ଆଗୁଆ ରହିଛି ବୋଲି ସୂଚନା ରହିଛି । ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ –ଇ –ଇନସାଫ ବା ପିଟିଆଇ ୧୦ଟି ଆସନରେ ବିଜୟ ହୋଇଥିବା କୁହାଯାଉଛି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ପାକିସ୍ତାନ ମୁସଲିମ ଲିଗ- ନୱାଜ ବା ପିଏମଏଲଏନ ୮ଟି ସିଟରେ ବାଜି ମାରିଥିବା କୁହାଯାଉଛି । ବିଲାୱଲ ଭୁଟୋଙ୍କ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି ବା ପିପିପି ୫ଟି ଆସନରେ ଜିତିଛି । ତେବେ ଅପରାହ୍ନ ସୁଦ୍ଧା ଫଳାଫଳ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଥିବା ବେଳେପାକିସ୍ତାନରେ କିଏ ଗଢିବ ସରକାର, କାହାକୁ ମିଳିବ ବହୁମତ ତାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଗତ କାଲି ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ମତଦାନ ଶେଷ ହୋଇଥିବା ବେଳେ ଭୋଟ ଗ୍ରହଣ ସରିବା ପରେ ଆରମ୍ଭ ହୋଇଥିଲା ଗଣତି।

Related posts

ଫିଲିପାଇନ୍ସରେ ମାଡ ହେବ ଆଉ ଏକ ସୁପର ଟାଇଫୁନ

mahabharatanews

କକ୍ରୋଚ ଜନତା ପାର୍ଟି ପରେ ନୂତନ ଦଳ ଚିଣ୍ଟି ଜନତା ପାର୍ଟି…

mahabharatanews

ମହଙ୍ଗା ମାଡକୁ ନେଇ ଘେରାଉ କରିବ କଂଗ୍ରେସ

mahabharatanews