ଭାରତ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି

(ଦିଲ୍ଲୀ) : ମଦ ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଫେବୃଆରୀ ୧୯ ତାରିଖରେ ହଜାର ହେବାକୁ କେଜ୍ରିୱାଲଙ୍କୁ ଇଡି କହିଛି । ଏହା ପୂର୍ବରୁ ଇଡି କେଜ୍ରିୱାଲଙ୍କୁ ଡକାଇଥିଲା, କିନ୍ତୁ ଦିଲ୍ଲୀ ସିଏମ ହାଜର ହୋଇନଥିଲେ ଇଡି କାର୍ଯ୍ୟାୟରେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଜ୍ରିୱାଲ ଇଡି ଆଗରେ ହଜାର ହୋଇନାହାନ୍ତି । ଇଡିର ସମନକୁ ସେ ପ୍ରତିଶୋଧମୂଳକ କାର୍ଯ୍ୟ ବୋଲି ଦର୍ଶାଇଛନ୍ତି ।

ସୂଚନାନୁଯାୟୀ , ଅନ୍ୟପଟେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ଼ ଝଟକା ଲାଗିଛି । ହାଜର ନହେବା କାରଣରୁ ଇଡି କୋର୍ଟରେ ଏକ ଆବେଦନ କରିଥିଲେ । ଯେଉଁଥିରେ କୋର୍ଟ ସିଏମ କେଜ୍ରିୱାଲଙ୍କୁ ଡକାଇଛନ୍ତି, ଯେଉଁଥିରେ ତାଙ୍କୁ ୧୭ ଫେବୃଆରୀରେ କୋର୍ଟରେ ହାଜର ହେବାକୁ କୁହାଯାଇଛି । ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ କେନ୍ଦ୍ରୀୟ ଏଜେନ୍ସିର ସମନକୁ ଏଡାଇଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି ।

Related posts

“ରାଜନୀତିରେ ସର୍ବୋତ୍ତମ ‘ଫିନିସର୍’ ରାହୁଲ ଗାନ୍ଧୀ” : ରାଜନାଥ ସିଂ

mahabharatanews

ନୂଆ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ନେଇ ଅଜଣା ତଥ୍ୟ

mahabharatanews

ଇଣ୍ଡିଗୋକୁ ୫ ଲକ୍ଷର ଜୋରିମାନା

mahabharatanews