ବିଶ୍ୱ

୨୮ରୁ ଶ୍ରୀଲଙ୍କାରେ ଗୀତା ମହୋତ୍ସବ -୨୦୨୪ 

(ଦିଲ୍ଲୀ) :  ଗୀତା ମହୋତ୍ସବ ୨୦୨୪ ଅନେକ ଦେଶରେ ଗୀତା ମହୋତ୍ସବ ପାଳନ କରିବା ପରେ କୁରୁକ୍ଷେତ୍ର ବିକାଶ ବୋର୍ଡ ଏଥର ଶ୍ରୀଲଙ୍କାରେ ଗୀତା ମହୋତ୍ସବ -୨୦୨୪ ଆୟୋଜନ କରିବ । ଏହି କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱରୁ ହଜାର ହଜାର ପ୍ରତିନିଧି ଯୋଗଦେବେ ବୋଲି ଆଶା କରାଯାଉଛି । ମହୋତ୍ସବରେ ଗୀତା ଯଜ୍ଞ, ଗୀତା ଜପ, ଶୋଭା ଯାତ୍ରା, ସମସାମୟିକ ଆଗ୍ରହର ବିଭିନ୍ନ ବିଷୟ ଉପରେ ଆଲୋଚନାଚକ୍ର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ପରିଚାଳନା କମିଟି ବୈଠକରେ ମନ୍ତ୍ରୀ କହିଛନ୍ତି, ଶ୍ରୀମଦ୍ ଭଗବତ ଗୀତାର କାଳଜୟୀ ଶିକ୍ଷାକୁ ଲୋକପ୍ରିୟ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ତିନି ଦିନିଆ ଅନ୍ତର୍ଜାତୀୟ ଗୀତା ମହୋତ୍ସବ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ । ହରିୟାଣାର କୁରୁକ୍ଷେତ୍ର ଉନ୍ନୟନ ବୋର୍ଡର ଆର୍ôଥକ ସହଯୋଗରେ ନେଲୁମ ପୋକୁନା ଥିଏଟର ପରିସରରେ ଏହି ମହୋତ୍ସବ ଅନୁଷ୍ଠିତ ହେବ । ବିଗତ ବର୍ଷମାନଙ୍କରେ ବିଦେଶରେ ଏହି ମହୋତ୍ସବ ଆୟୋଜନ କରାଯାଉଛି ।  ୨୮ ଫେବୃଆରୀରୁ ୬ ମାର୍ଚ୍ଚ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଏହି ଉତ୍ସବର ଆୟୋଜନ କରାଯିବ ।

Related posts

ସାଧାରଣ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବିସ୍ଫୋରଣ

mahabharatanews

ଫେରିଲା ୟୁକ୍ରେନରେ ପ୍ରାଣ ହରାଇଥିବା ମେଡିକାଲ ଛାତ୍ରଙ୍କ ମୃତ ଶରୀର, ଶେଷ ଦର୍ଶନ ପରେ କରାଯିବ ମୃତଦେହକୁ ଦାନ

mahabharatanews

ଉପୁଡିଗଲା ମିଡିଲ ଷ୍ଟମ୍ପ ,ଅମ୍ପାୟର ଦେଲାନି ଆଉଟ

mahabharatanews