ଓଡିଶା

୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ ଡାକରା

(ବୌଦ୍ଧ) : NAC ମାନ୍ୟତା ଦାବିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନ୍ଦ ଡାକରା । ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ଦୋକାନ ବଜାର ଗାଡ଼ିଚଳାଚଳ ବନ୍ଦ ରହିଛି । ରାସ୍ତାରେ ଆନ୍ଦୋଳକାରୀମାନେ ପିକେଟିଂ କରି ବନ୍ଦ ପାଳନ କରିଛନ୍ତି।
NAC ଘୋଷଣା କରାନଯିବା ପ୍ରତିବାଦରେ ଅସନ୍ତୋଷ ଦେଖା ଦେଇଛି । ଗତକାଲି ପୁରୁଣାକଟକ ଓ ଲୋଇସିଂହା ବନ୍ଦ ଡାକରା ଦିଆଯାଇଥିଲା । ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗଠନ କରାଯିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ଏହାକୁ ନେଇ କେତେକ ସ୍ଥାନରେ ଅସନ୍ତୋଷ ଦେଖା ଦେଇଛି ।

Related posts

ମୁଖ୍ୟମନ୍ତ୍ରୀଙ୍କ ୧୫ତମ ପାଳି ଅଭିଯୋଗ ଶୁଣାଣି ; ୯୬ ପ୍ରତିଶତ ଅଭିଯୋଗ ସମାଧାନ

mahabharatanews

ସେଲଫି ହେଲା କାଳ: କପିଳଧାରରୁ ଖସି ୨ ଯୁବକଙ୍କ ମୃତ୍ୟୁ

mahabharatanews

 ପ୍ରବଳ ବର୍ଷାର ମୁକାବିଲା ପାଇଁ ସତର୍କ

mahabharatanews