ଭାରତ

ପେଟିଏମକୁ ୫.୪୯ କୋଟି ଫାଇନ 

(ଦିଲ୍ଲୀ) : ଅଡୁଆରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ । ଆର୍ଥିକ ଇଣ୍ଟେଲିଜେନ୍ସ ୟୁନିଟ୍ PMLA ଅଧୀନରେ ଥିବା ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ୫.୪୯କୋଟି ଟଙ୍କା ଜରିମାନା ଲଗାଇଛି। ପ୍ରିଭେସନ ଅଫ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ସଂସ୍ଥା ନିୟମ ଉଲ୍ଲଙ୍ଘନ କରିଥିବା ଦର୍ଶାଯାଇ ୟୁନିଟ ପକ୍ଷରୁ Paytm ଉପରେ ୫.୪୯ କୋଟି ଟଙ୍କାର ଫାଇନ ଲଗାଯାଇଛି ।

ସୂଚନାନୁଯାୟୀ, ଫାଇନାନ୍ସ ମନ୍ତ୍ରଣାଳୟ ଏକ ପ୍ରେସ କନଫରେନ୍ସ କରି ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଲଗାଯାଇଥିବା ଜରିମାନା ବିଷୟରେ ସୂଚନା ଦେଇଛି । FIU-IND ଅନୁସାରେ ପେଟିଏମ ପିଏମଏଲଏ ଅଧୀନରେ ଥିବା ସନସ୍ତ ନିୟମ ଉଲ୍ଲଙ୍ଘନ କରିଛି ଏହାସହ ଯାରି କରାଯାଇଥିବା ଗାଇଡଲାଇନ୍ ଅନୁସରଣ କରି ନାହିଁ । ସମସ୍ତ ରେକର୍ଡର ଯାଞ୍ଚ ପରେ ଫାଇନାନ୍ସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍ – ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଏକ କାରଣ କାରଣ ନୋଟିସ୍ ଜାରି କରିଛି। PML ନିୟମ ଉଲ୍ଲଂଘନ, AML CFT ଏବଂ KYC ଏବଂ AML CFT ଏବଂ ହିତାଧିକାରୀ ଆକାଉଣ୍ଟଗୁଡିକର KYC ସହିତ ଜଡିତ ପେଆଉଟ୍ ସେବାଗୁଡିକର ସୁରକ୍ଷା ଉଲ୍ଲଂଘନକୁ ଦୃଷ୍ଟିରେ ରଖି ଏହି ବିଜ୍ଞପ୍ତି ଜାରି କରାଯାଇଛି ।

Related posts

ସେନାକୁ ବଡ଼ ସଫଳତା;, ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ

mahabharatanews

ଅନାଥ ଶିଶୁଙ୍କୁ ଲୋନ ସୁଝିବା ପାଇଁ ବାରମ୍ବାର ଏଲଆଇସିର ନୋଟିସ୍

mahabharatanews

ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

mahabharatanews