ଓଡିଶା

ବାଲୁକା କଳାରେ “ମେରା ପେହଲା ଭୋଟ୍ ଦେଶ କେ ଲିୟେ” 

(ପୁରୀ) : ପ୍ରଥମ ଥର ପାଇଁ ମତଦାତା ତାଲିକାରେ ସ୍ଥାନ ପାଇଥିବା ଯୁବ ମତଦାତାଙ୍କୁ ମତଦାନର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଲାଗି ଆଗେଇ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି। ଏଥି ନିମନ୍ତେ ଦେଶ ବ୍ୟାପୀ “ମେରା ପେହଲା ଭୋଟ୍ ଦେଶ କେ ଲିୟେ” (ମୋର ପ୍ରଥମ ଭୋଟ୍ ଦେଶ ପାଇଁ) ଅଭିଯାନ ଚାଲିଛି ।

ସୂଚନାନୁଯାୟୀ , ଅଭିଯାନରେ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇ ଯୁବ ମତଦାତାମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ବହୁ ସଂଖ୍ୟାରେ ମତଦାନ କରିବା ଲାଗି ଆଗେଇ ଆସିବାକୁ ସଚେତନ କରୁଛନ୍ତି। ଏହି କ୍ରମରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳାକୃତି ଗଢ଼ିଛନ୍ତି। ନିଜର କଳାକୃତି ମାଧ୍ୟମରେ ସେ ଯୁବ ତଥା ପ୍ରଥମ ଥର ପାଇଁ ମତଦାତା ହୋଇଥିବା ନାଗରିକମାନଙ୍କୁ ବହୁସଂଖ୍ୟାରେ ମତଦାନ କରିବା ପାଇଁ ବାର୍ତ୍ତା ଦେଇଛନ୍ତି।

Related posts

ରାଜ୍ୟରେ ଆଜି ୪୮୨ ଜଣ ସଂକ୍ରମିତ ଚିହ୍ନଟ

mahabharatanews

ବନ୍ଦ ରହିବ ନବଯୌବନ ଦର୍ଶର୍ନ, ପରିଚାଳନା କମିଟି ବୈଠକରେ ନିଷ୍ପତି

mahabharatanews

ଆଜି ରସଗୋଲା ଦିବସ, ପାହାଳରେ ପ୍ରବଳ ଭିଡ଼  

mahabharatanews