ଓଡିଶା

ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ

(ଭୁବନେଶ୍ୱର) :  ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାରଠାରୁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ଯେଉଁଥିରେ ପ୍ରଧାନମନ୍ତ୍ରୀ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ , ଯାହା ମଧ୍ୟରୁ ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ । ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରୁ ବିଶାଖାପଟନମ୍ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାର ଚାଲିବାପାଇଁ ଥିବା ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସଟି ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର ଦେଇ ବିଶାଖପଟନମରେ ପହଞ୍ଚିବ । ଏହା ସପ୍ତାହକୁ ୬ ଦିନ ଚାଲିବା ନେଇ ସୂଚନା ରହିଛି । ଏହା ପୂର୍ବରୁ ଓଡ଼ିଶାରେ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଥିଲା । ପ୍ରଥମଟି ପୁରୀ ହାୱଡା ଏବଂ ଦ୍ୱିତୀୟଟି ପୁରୀ ଏବଂ ରାଉରକେଲା ମଧ୍ୟ ଚଳାଚଳ କରୁଛି ।

Related posts

କ୍ରାଫ୍ଟ ଭିଲେଜ ବୁଲି ଦେଖିଲେ ରାଜ୍ୟପାଳ

mahabharatanews

ଜୋରରେ ମରି ଭାସିଲେ ଚାଇନା ପ୍ରଜାତିର ମାଛ

mahabharatanews

ବିରୋଧୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରଶ୍ନ, ସରକାର ବିଫଳ ତ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି କିପରି

mahabharatanews