ଓଡିଶା

ସ୍ୱତନ୍ତ୍ର ଭାରତୀୟ ସ୍ଥଳ ସେନା – ଅଗ୍ନିବୀର ପଦବୀ ନିମନ୍ତେ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଚାଟିକଣା ଠାରେ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ-ଡଙ୍ଗରିଆ କନ୍ଧ ଯୁବକ/ଯୁବତୀଙ୍କ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ପ୍ରଥମ ଥର ପାଇଁ ଭାରତୀୟ ସ୍ଥଳ ସେନା-ଅଗ୍ନିବୀର ପଦବୀ ନିମନ୍ତେ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଜିଲ୍ଲା କର୍ମ ନିୟୋଜନ ଓ କୁଶଳ ଉନ୍ନୟନ ବିଭାଗ ସହଯୋଗରେ ଓପିଲିପି, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ତରଫରୁ ଶିବିର ଆୟୋଜନ କରାଯାଇଛି।ଉକ୍ତ ଶିବିର ରେ ସର୍ବମୋଟ ୬୧ ଜଣ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ । ପରାମର୍ଶ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ନେଲ ଶ୍ରୀଯୁକ୍ତ ଆନନ୍ଦ ତନ୍ତୀ, ନିର୍ଦେଶକ-ଆର୍ମି ନିଯୁକ୍ତି କାର୍ଯ୍ୟଳୟ,ଗୋପାଳପୁର , ଶ୍ରୀ ତତ୍ୱମସି ମହାପାତ୍ର, ଜିଲ୍ଲା କର୍ମ ନିୟୋଜନ ଓ କୁଶଳ ଉନ୍ନୟନ ଅଧିକାରୀ, ରାୟଗଡ, ଶ୍ରୀ ଜଗତ ଜୀବନ ବଗର୍ତ୍ତୀ, ସ୍ୱତନ୍ତ୍ର ଅଧିକାରୀ, ଡିକେଡିଏ,ଶ୍ରୀମତି ସୁବାରଦିନି ୱାଡ଼କା, ସରପଞ୍ଚ , ଓ ସୁବେଦାର ମନୋଜ ଦୀକ୍ଷିତ, ହାବିଲଦାର ମ.ତ୍ରିବେଦୀ ପ୍ରମୁଖ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଭାବେ ନିଜ ଅଭିଭାଷଣ ରେ ଅଗ୍ନିବୀର ସମ୍ପର୍କରେ ବିଶଦ ଭାବେ ବୁଝାଇବା ସହ ଦେଶ ମାତୃତାର ସେବା କରିବା ପାଇଁ ଆଗକୁ ବଢ଼ିବା ପାଇଁ ଯୁବକ ଯୁବତୀଙ୍କୁ ନିବେଦନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ସୁଦର୍ଶନ ପାଢ଼ୀ ପରିଚାଳନା କରିଥିଲେ।

Related posts

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

mahabharatanews

ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଉଦ୍ଘାଟିତ

mahabharatanews

ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

mahabharatanews