ଭାରତ

କେ କବିତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ ଖାରଜ

(ଦିଲ୍ଲୀ) :  ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ କେ କବିତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ ଖାରଜ। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଆଜି ତାଙ୍କ ଆବେଦନ ଖାରଜ କରିଥିବା ଜଣାପଡ଼ିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା କବିତ‌ା ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲେ।

ସୂଚନାନୁଯାୟୀ , ଏହାକୁ କୋର୍ଟ ଗ୍ରହଣ କରିନଥିବା ସାମ୍ନାକୁ ଆସିଛି। ଗତ ମାସରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କବିତାଙ୍କୁ ଗିରଫ କରାଯାଇଥିଲା। ଗତ ଏପ୍ରିଲ ୨ରେ କୋର୍ଟ ତାଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ଏବେ ସେ ଏପ୍ରିଲ ୧୫ପର୍ଯ୍ୟନ୍ତ ଜେଲରେ ରହିବେ। ପୁଅର ପରୀକ୍ଷା ଥିବା ଦର୍ଶାଇ କବିତା ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ କୋର୍ଟରେ ଆବେଦନ କରିଥିଲେ।ବିଆରଏସ ନେତ୍ରୀଙ୍କ ଆବେଦନ ଉପରେ ଶୁଣାଣି ବେଳେ ତାଙ୍କ ଓକିଲ କହିଥିଲେ ଯେ, କେ. କବିତାଙ୍କ ପୁଅଙ୍କର ପରୀକ୍ଷା ଏପ୍ରିଲ ମାସରେ ଆରମ୍ଭ ହେବାକୁ ଯାଉଛି। ତାଙ୍କର ୧୬ବର୍ଷର ପୁଅ ପରୀକ୍ଷା ସମୟରେ ମା’ର ସମର୍ଥନ ଆବଶ୍ୟକ କରେ। ଭାଇ କିମ୍ବା ବାପା, ମା’ଙ୍କ ଅନୁପସ୍ଥିତିକୁ ପୂରଣ କରିପାରିବେ ନାହିଁ।

Related posts

ମାମୁଁ ଘରେ ଅନୁସନ୍ଧାନ ଜାରି ରଖିଛି ‘ପ୍ରଜ୍ଞାନ’

mahabharatanews

ଶପଥ ଗ୍ରହଣ କଲେ ଆମ୍‌ ଆଦ୍‌ମୀ ପାର୍ଟି’ର ୧୦ଜଣ ବିଧାୟକ

mahabharatanews

କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ନୋଟିସ ଜାରି କଲା ସିବିଆଇ

mahabharatanews