ଭାରତ

ସୁଧୁରୁନି ଦୁର୍ଦାନ୍ତ ଲରେନ୍ସ ବିଷ୍ଣୋଇ

 ବଲିଉଡ ଷ୍ଟାର୍‌ ସଲମାନ ଖାନ୍‌ଙ୍କୁ ତୁହାକୁ ତୁହା ହତ୍ୟା ଧମକ ଦେବା ଏବଂ ନିକଟରେ ତାଙ୍କ ଘର ଉପରକୁ ଗୁଳିମାଡ଼ ମାମଲା ନେଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଚର୍ଚ୍ଚାରେ ରହିଛି। ଏବେ ତିହାର ଜେଲ୍‌ରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ତା’ର ବିଶାଳ ଗ୍ୟାଙ୍ଗ୍‌କୁ ବିଭିନ୍ନ ଉପାୟରେ ସକ୍ରିୟ ରଖିବାକୁ ସକ୍ଷମ ହୋଇଛି।

ସୂଚନାନୁଯାୟୀ ,ପଞ୍ଜାବର ଫିରୋଜପୁରର ଏକ ଗ୍ରାମରେ ୧୨ ଫେବ୍ରୁଆରି ୧୯୯୩ରେ ଜନ୍ମିତ ଲରେନ୍ସ ବିଷ୍ଣୋଇ ଏକାଧିକ ହତ୍ୟା ମାମଲା ସମେତ ୩୦ରୁ ଅଧିକ ସାଂଘାତିକ ଅପରାଧରେ ସିଧାସଳଖ ସଂପୃକ୍ତ। ବିଷ୍ଣୋଇ ସାରା ଦେଶରେ ୭୦୦ରୁ ଅଧିକ ସୁଟର୍‌ ଗ୍ୟାଙ୍ଗର ନେତୃତ୍ବ ନେଉଛି। ସେ ୨୦୧୦ରୁ ୨୦୧୨ ମଧ୍ୟରେ ଚଣ୍ଡିଗଡ଼ରେ ନିଜର ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିଲା ଏବଂ ତା’ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅନୁପ୍ରବେଶ, ଆକ୍ରମଣ ଏବଂ ଡକାୟତି ଭଳି ଅପରାଧରେ ଅନେକ ଏଫ୍ଆଇଆର୍ ରୁଜୁ ହୋଇଥିଲା।

Related posts

ଏଣିକି ଇରାନ ଏୟାରପୋର୍ଟ ଦେଇ ଯିବନି ଏୟାର ଇଣ୍ଡିଆ

mahabharatanews

ଷଷ୍ଠଥର ପାଇଁ ହାଜର ହେବାକୁ ମନା କଲେ କେଜ୍ରିୱାଲ

mahabharatanews

ସରକାରଙ୍କ ବଡ ପଦକ୍ଷେପ; ପ୍ରଦୂଷଣ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ

mahabharatanews