ଭାରତ

କର୍ଣ୍ଣାଟକ କଂଗ୍ରେସର ‘ଖାଲି ଲୋଟା’ 

(ଦିଲ୍ଲୀ) : ଲୋକସଭା ନିର୍ବାଚନ ଭିତରେ ସୋସିଆଲ ମିଡିଆରେ ମୁହାଁମୁହିଁ ବିଜେପି ଓ କଂଗ୍ରେସ । କର୍ଣ୍ଣାଟକ କଂଗ୍ରେସର ‘ଖାଲି ଲୋଟା’ ବିଜ୍ଞାପନଙ୍କୁ ନେଇ ଏବେ ରାଜନୈତିକ ବୟାନବାଜି ଜୋର ଧରିଛି । ବିଜେପି ନେତୃତାଧୀନ ଏନଡିଏ ରାଜ୍ୟ ସରକାରଙ୍କୁ ‘ଖାଲି ଲୋଟା’ ଧରାଇ ଦେଇଥିବା ନେଇ ଜାତୀୟ ଖବର କାଗଜରେ ବିଜ୍ଞାପନ ଦେଇଥିଲା କଂଗ୍ରେସ ।

ସୂଚନାନୁଯାୟୀ , କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ. ଶିବକୁମାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜେଡିଏସ୍ ମୁଖ୍ୟ ଏଚଡି ଦେବଗୌଡା ଏକ ବିବାଦୀୟ ଫଟୋ ତାଙ୍କ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ମୋଦୀଙ୍କୁ କଂଗ୍ରେସର ଏଭଳି ସମାଲୋଚନା ପରେ ସୋସିଆଲ ମିଡିଆରେ ଜବାବ ଦେଇଛି ବିଜେପି । କର୍ଣ୍ଣାଟକ ବିଜେପି ପକ୍ଷରୁ ସିଦ୍ଦରମେୟାଙ୍କ ଦୁଇଟି ଫଟୋ ସେୟାର କରାଯାଇଛି । ଯେଉଁଥିରେ ଗୋଟିଏ ଫଟୋକୁ ୨୦୧୩ ଏବଂ ଅନ୍ୟଟିକୁ ୨୦୨୩ର ବୋଲି ଦର୍ଶାଇବା ସହ ତଫାତ୍ ସଷ୍ଟ ଜଣାପଡୁଛି ବୋଲି ଲେଖାଯାଇଛି ।

Related posts

ଇନ୍ଦୋରରେ  ପ୍ରଧାନମନ୍ତ୍ରୀ 

mahabharatanews

ଦିଲ୍ଲୀ NCR ବାୟୁପ୍ରଦୂଷଣରେ ସାମାନ୍ୟ ଉନ୍ନତି

mahabharatanews

ଋଥଯାତ୍ରା ଦେଖିବେ ରାଷ୍ଟ୍ରପତି, ୬ରେ ଆସିବେ ଓଡ଼ିଶା

mahabharatanews