ଭାରତ

ଶୀତଳ ଲାଭାର ବନ୍ୟା; ୪୧ ମୃତ

(ଇଣ୍ଡୋନେସିଆ): ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ଦ୍ୱୀପରେ ଆଗ୍ନେୟଗିରିରୁ ପ୍ରବାହିତ ଶୀତଳ ଲାଭାର ବନ୍ୟା ଯୋଗୁଁ ୪୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସୁମାତ୍ରାର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ମାଉଣ୍ଟ ମାରାପିରେ ଶନିବାର ଘଣ୍ଟା ଘଣ୍ଟା ଧରି ପ୍ରବଳ ବର୍ଷା ଯୋଗୁଁ ଆଗ୍ନେୟଗିରର ପାଉଁଶ ଓ ଗୋଡ଼ିପଥର ପ୍ରବାହିତ ହୋଇଛି।

ସୂଚନାନୁଯାୟୀ , ଏହି କର୍ଦ୍ଦମସ୍ଖଳନରେ ଦୁଇଟି ଜିଲ୍ଲା କର୍ଦ୍ଦମଜଳମଗ୍ନ ହେବା ସହ ୧୦୦ରୁ ଅଧିକ ଘର, ମସଜିଦ୍‌ ଓ ସରକାରୀ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଏବେ ବି ୧୭ ଜଣ ଲୋକ ନିଖୋଜ ଅଛନ୍ତି। ବର୍ଷାରେ ଆଗ୍ନେୟଗିରିର ଜ୍ବାଳାମୁଖୀରୁ ନିର୍ଗତ ପଦାର୍ଥ ସହ ଗୋଡ଼ିପଥରର ମିଶ୍ରଣ ବା ‘ଶୀତଳ ଲାଭା’ ସେମାନଙ୍କ ଘରଗୁଡ଼ିକୁ ବୁଡ଼ାଇ ପ୍ରବାହିତ ହେବାରୁ ସେମାନେ କିପରି ପଳାୟନ କରିଥିଲେ ତାହା ବଞ୍ଚିଥିବା ଲୋକମାନେ ବର୍ଣ୍ଣନା କରିଛନ୍ତି।

Related posts

ଗତ ୨୪ଘଣ୍ଟାରେ ଦେଶରୁ ୧୦୬ କରୋନା ସଂକ୍ରମିତ ଚିହ୍ନଟ

mahabharatanews

୧୫ ବର୍ଷର ଝିଅ ହେଲା ଗର୍ଭବତୀ ! ସାମ୍ନାକୁ ଆସିଲା ପ୍ରକୃତ ସତ

mahabharatanews

‘ଚିତା ସ୍ଥାନାନ୍ତରଣ ଉପରେ ତୁରନ୍ତ ବିଚାର କର ‘ : ସୁପ୍ରିମ୍‌ କୋର୍ଟ

mahabharatanews