ଭାରତ

“‘ପଦ୍ମ’ ବଟନ୍‌ ଦବାଇବେ ,ମୁଁ ପୁଣିଥରେ ଜେଲ୍‌ ଯିବି”

(ଦିଲ୍ଲୀ) :  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହରିୟାଣାର କୁରୁକ୍ଷେତ୍ରରେ ଏକ ରୋଡ୍‌‌ସୋ କରି ଆପ୍‌କୁ ଭୋଟ୍‌ ଦେବାପାଇଁ ଭୋଟରମାନଙ୍କୁ ନିବେଦନ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ମୁଁ ଔଷଧ ମାଗଣା କରିଦେଲି କିନ୍ତୁ ମୋତେ ଜେଲ୍‌ରେ ଇନ୍‌ସୁଲିନ ମିଳିଲାନି। ମୁଁ ଜଣେ ମଧୁମେହ ରୋଗୀ ଏବଂ ଦୈନିକ ୫୨ ୟୁନିଟ ଇନ୍‌ସୁଲିନ ନେଇଥାଏ। କିନ୍ତୁ ତିହାର ଜେଲ୍‌ରେ ସେମାନେ ମତେ ୧୫ ଦିନ ପର୍ଯ୍ୟନ୍ତ ଇନ୍‌ସୁଲିନ ଦେଲେନାହିଁ।

ସୂଚନାନୁଯାୟୀ , ଯଦି ଆପଣମାନେ ବିଜେପି ଚିହ୍ନ ‘ପଦ୍ମ’ ବଟନ୍‌ ଦବାଇବେ ତେବେ ମୁଁ ପୁଣିଥରେ ଜେଲ୍‌ ଯିବି। ଯଦି ଆପଣମାନେ ‘ଝାଡ଼ୁ’ ଚିହ୍ନ ଥିବା ବଟନ୍‌ ଦବାଇବେ ତେବେ ମୋତେ ଜେଲ୍‌ ଯିବାକୁ ପଡ଼ିବନି ବୋଲି କେଜ୍ରିୱାଲ କହିଛନ୍ତି। ବିଜେପିକୁ କଟାକ୍ଷ କରି କେଜ୍ରିୱାଲ କହିଛନ୍ତି, ବିଜେପି ତାଙ୍କୁ ଜେଲ୍‌କୁ ପଠାଇଦେଲା କାରଣ ବିଜେପି ତାଙ୍କୁ ଭୟ କରୁଛି। ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେଲା ଏବଂ ସେମାନେ ମାର୍ଚ୍ଚ ୨୧ ତାରିଖରେ ମୋତେ ଜେଲ୍‌ ପଠାଇଦେଲେ। ଏହାର ଅର୍ଥ ହେଉଛି ମୁଁ ପ୍ରଚାର କରେ ବୋଲି ସେମାନେ ଚାହୁନଥିଲେ।

Related posts

ତାଇୱାନରେ ନିଖୋଜ ଭାରତୀୟ ସୁରକ୍ଷିତ

mahabharatanews

ଆଜି ବର୍ଷର ସବୁଠାରୁ ଛୋଟ ଦିନ

mahabharatanews

ସତସଙ୍ଗରେ ଦଳାଚକଟା, ୫୦ରୁ ଅଧିକ ମୃତ୍ୟୁ

mahabharatanews