ଓଡିଶା

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ

(ଦିଲ୍ଲୀ) : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାରେ ଗଲା କିଛି ଦିନ ହେଲା ତାପମାତ୍ରା ୪୬ ଡିଗ୍ରୀ ପାର କରିଛି। ଗୁରୁବାର ଦିନ ସାଢ଼େ ୨ରେ ଝାରସୁଗୁଡ଼ାରେ ତାତି ୪୬ ଡିଗ୍ରୀ ପାର କରିଛି। ସେହିପରି ସମ୍ବଲପୁର ୪୫.୬, ହୀରାକୁଦ ୪୪.୫, ରାଉରକେଲା ୪୩.୮ ଡିଗ୍ରୀ, କେନ୍ଦୁଝର ୪୧.୪, ବାଲେଶ୍ବର ୩୬.୬ ଏବଂ ଭୁବନେଶ୍ବର ୩୬.୪ ଡିଗ୍ରୀ ରେକର୍ଡ ହୋଇଛି। ତେବେ ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି।

ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରେ ତାପମାତ୍ରା ୩୯ ଡିଗ୍ରୀ ଥିବାବେରେ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ମଧ୍ୟାହ୍ନ ସୁଦ୍ଧା ରାଜଧାନୀରେ ତାପମାତ୍ରା ୪୩ ଡିଗ୍ରୀରେ ପହଞ୍ଚିଛି। କାଲି ନିର୍ବାଚନ , ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ମତଦାନ କରିବେ ଭୋଟର ୪୫ ଡେଇଁଲା ରାଜ୍ୟର ତାପମାତ୍ରା; ୫୨.୩ ଡିଗ୍ରୀ ସେଲସିୟସରେ ପହଞ୍ଚିଲା ଦିଲ୍ଲୀର ତାପମାତ୍ରା, ସର୍ବକାଳୀନ ରେକର୍ଡ କଲା ଦିଲ୍ଲୀ ସେହିପରି ଟିଟିଲାଗଡ଼ାରେ ୩୮ ଡିଗ୍ରୀ, ବଲାଙ୍ଗୀରରେ ୩୭.୪, ସୋନପୁର ଓ ଝାରସୁଗୁଡ଼ାରେ ୩୬.୬ ଡିଗ୍ରୀ, ହୀରାକୁଦରେ ୩୬.୪ ଡିଗ୍ରୀ, ସମ୍ବଲପୁରରେ ୩୬.୨ ଡିଗ୍ରୀ ଓ ବୌଦ୍ଧରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଉରକେଲାରେ ୩୫.୪ ଡିଗ୍ରୀ, ବରଗଡ଼ରେ ୩୫.୪ ଡିଗ୍ରୀ, ତାଳଚେରରେ ୩୪.୪ ଡିଗ୍ରୀ ଏବଂ ସୁନ୍ଦରଗଡ଼ରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

 

Related posts

ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

mahabharatanews

ସମ୍ବଲପୁର ଏସପିଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି ଜିଲ୍ଲା ଉପସଭାପତି

mahabharatanews

ରାଧାନାଥ ରଥଙ୍କ ୧୨୩ ତମ ଜୟନ୍ତୀ ପାଳିତ

mahabharatanews