ଓଡିଶା

ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ଭୋଟ୍

(ଭୁବନେଶ୍ୱର) : ଆଜି ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଭୋଟିଂ ଆରମ୍ଭ । ଯାହାର ଫଳାଫଳ ଜୁନ୍ ୪ ତାରିଖରେ ପ୍ରକାଶ ପାଇବ । ବିଧାନସଭା ଆସନ ପାଇଁ ଭୋଟିଂ ହେବ । ଯାହାର ଫଳାଫଳ ଜୁନ୍ ୪ ତାରିଖରେ ପ୍ରକାଶ ପାଇବ । ଶେଷ ପର୍ଯ୍ୟାୟ ମତାଦାନ ପାଇଁ ୧୦ ହଜାର ୮୮୨ଟି ବୁଥ ରହିଛି । ଯାହା ମଧ୍ୟରୁ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି ।

ସୂଚାନନୁଯାୟୀ , ୯୯ ଲକ୍ଷରୁ ଅଧିକ ଭୋଟର ଦେବେ ମତଦାନ । ଓଡ଼ିଶାରେ ମଧ୍ୟ ଶେଷ ପର୍ଯ୍ୟାୟ ମତଦାନରେ ୪୨ ବିଧାନସଭା ନିର୍ବାଚନମଣ୍ତଳି ପାଇଁ ହେବ ଭୋଟ୍ ଗ୍ରହଣ । ମୋଟ୍ ୩୯୪ ଜଣ ବିଧାୟକ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ୬ ଲୋକସଭା କ୍ଷେତ୍ରରେ ୬୬ ଜଣ ସାଂସଦ ପ୍ରାର୍ଥୀ ରହିଛନ୍ତି । ୧୦ ହଜାର ୮୮୨ଟି ବୁଥ ରହିଥିବା ବେଳେ ୧୪୦୦ଟି ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି ।

 

Related posts

ଭୁବନେଶ୍ୱର ମାଛ ମାର୍କେଟରେ ହଣାକଟା ହେଲେ ବ୍ୟବସାୟୀ

mahabharatanews

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

mahabharatanews

ଝାରପୋଖରିଆରେ ‘ସ୍ୱସ୍ତି ଶ୍ରୀପାଳୀ’ ମହୋତ୍ସବ

mahabharatanews