ଭାରତରାଜନୀତି

ଆଜିଠାରୁ ସଂସଦର ବଜେଟ ଅଧିବେଶନ,କାଲି ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୯ ଟି କାର୍ଯ୍ୟଦିବସ ରହିଛି। କାଲି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ମୋଦି ସରକାର ଏଥର ବଜେଟରେ ଦେଶବାସୀଙ୍କର, ଖାସ୍ କରି ମଧ୍ୟବିତ୍ତ ଓ ସାଧାରଣ ବର୍ଗର ଆଶା ଆକାଂକ୍ଷା ପୂରଣ ପାଇଁ କିଭଳି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ।

ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଆଗତ କରିବେ। ଏହା ତାଙ୍କର ସପ୍ତମ ବଜେଟ୍ ହେବ।  ଏହି ଅଧିବେଶନରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବୀ ସମେତ ଫାଇନାନ୍ସ ବିଲ୍, ଡିଜାଷ୍ଟର ମ୍ୟାନେଜମେଣ୍ଟ ବିଲ୍, ଦି କଫି ପ୍ରମୋସନ ଆଣ୍ଡ ଡେଭଲପମେଣ୍ଟ ବିଲ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲକୁ ପାରିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରବିବାର ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶାସକ ଦଳ ବିଜେପି ସମେତ ୪୪ଟି ଦଳର ୫୫ ନେତା ସାମିଲ ହୋଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ।

Related posts

ନାମ ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇପାରିବେ କହିଲା ଇସ୍କନ

mahabharatanews

ଥମୁନି ମଣିପୁର ହିଂସା : ଆଜି ସାମ୍ବାଦିକ ସମ୍ମିଳନୀ କରିବେ ଅମିତ ଶାହା

mahabharatanews

ଜୀବନ ଯୁଦ୍ଧରେ ହାରିଗଲା ଜୁମ୍; ସହିଦ ହୋଇଗଲା ଭାରତୀୟ ସେନାର ଏହି ଯୋଦ୍ଧା କୁକୁର

mahabharatanews