ଓଡିଶା

ବିଦ୍ୟୁତ ନେଲା ଭାଲୁର ଜୀବନ

ମାଲକାନଗିରି: ଖାଦ୍ୟ ଅନ୍ବେଷଣରେ ଆସି  ବିଦ୍ୟୁତ ତାର ସଂସ୍ପର୍ଶରେ ଲାଗି ଚାଲିଗଲା ମାଈ ଭାଲୁର ଜୀବନ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ବନ ବିଭାଗର କର୍ମଚାରୀ ପହଞ୍ଚି ଭାଲୁର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସୂଚନା ଅନୁସାରେ ଗତକାଲି ରାତିରେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଆସି ଜନବସତି ମୁହାଁ ହୋଇଥିଲା। ଏହି ସମୟରେ ମାଲକାନଗିରି ବ୍ଲକ MV-17 ନମ୍ବର ଗାଁର ଶିବ ମନ୍ଦିର ନିକଟ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଭାଲୁଟି ଆସିଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ।

Related posts

ପୁଅ ପାଇଁ ବିଷ ଖାଇବାକୁ ଧମକ ଦେଲା ମା

mahabharatanews

ହଟସ୍ପଟରୁ ଆସୁଥିବା ଲୋକ ଭୁବନେଶ୍ୱର ପାଇଁ ଚିନ୍ତାର କାରଣ ହୋଇଛନ୍ତି: ବିଏମସି

mahabharatanews

ବିକ୍ଷୋଭ ପାଇଁ ଅଟକ ରହିଲା ଆମ୍ବୁଲାନ୍ସ

mahabharatanews