ଓଡିଶା

ବିଦ୍ୟୁତ ନେଲା ଭାଲୁର ଜୀବନ

ମାଲକାନଗିରି: ଖାଦ୍ୟ ଅନ୍ବେଷଣରେ ଆସି  ବିଦ୍ୟୁତ ତାର ସଂସ୍ପର୍ଶରେ ଲାଗି ଚାଲିଗଲା ମାଈ ଭାଲୁର ଜୀବନ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ବନ ବିଭାଗର କର୍ମଚାରୀ ପହଞ୍ଚି ଭାଲୁର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସୂଚନା ଅନୁସାରେ ଗତକାଲି ରାତିରେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଆସି ଜନବସତି ମୁହାଁ ହୋଇଥିଲା। ଏହି ସମୟରେ ମାଲକାନଗିରି ବ୍ଲକ MV-17 ନମ୍ବର ଗାଁର ଶିବ ମନ୍ଦିର ନିକଟ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଭାଲୁଟି ଆସିଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ।

Related posts

ଦୁଇ ଦିନ ଭିତରେ ଏମ୍ସ ଡାକ୍ତରଖାନାରୁ ଡିସଚାର୍ଜ ହେବେ ଅଭିଜିତ

mahabharatanews

ଶ୍ରୀମନ୍ଦିରକୁ ଧସେଇ ପସିଲେ ନାଗାସାଧୁ

mahabharatanews

ବୃଦ୍ଧି ପାଉଛି ବନ୍ୟଜନ୍ତୁ ଆକ୍ରମଣ : ବାପା ମୃତ ,ପୁଅ ଗୁରୁତର 

mahabharatanews