ଅପରାଧଦୁର୍ଘଟଣାଦେଶ ବିଦେଶରାଜନୀତି

ତୀବ୍ର ବେଗରେ ବଢୁଛି ହିଂସା

ତୀବ୍ର ହେଉଛି ହିଂସା । ପୁଣି ଅଶାନ୍ତ ହେଲାଣି ବାଂଲାଦେଶ। ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ପରେ, ଏବେ ଏହି ହିଂସାର ନିଆଁ ଆହୁରି ତେଜିଛି । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଆନ୍ଦୋଳନ ଏବଂ ପ୍ରତିବାଦର ସ୍ବର । ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି  ଆୱାମୀ ଲିଗ ସମର୍ଥକ ଏବଂ  ସୁରକ୍ଷାକର୍ମୀ । ଯେଉଁ ସଂଘର୍ଷରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ସୂଚନା ଅନୁଶାରେ, ଢାକାରେ ପ୍ରଦର୍ଶନକାରୀମାନେ ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ସମୟରେ ଅନେକ ରାଜପଥ ଅବରୋଧ କରିଥିଲେ । ଏହାପରେ ସେମାନଙ୍କର ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ତେଣୁ ବିକ୍ଷୋଭ ପ୍ରଦର୍ଶନକାରୀମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସକୁ ଲାଠି, ଗ୍ରେନେଡ୍ ଏବଂ ଲୁହ ବୁହା ଗ୍ୟାସ୍ ବ୍ୟବହାର କରିବାକୁ ପଡିଥିଲା।

Related posts

ଡକାୟତି ଯୋଜନା ପଣ୍ଡ କଲା ଦିଗପହଣ୍ଡି ପୋଲିସ

mahabharatanews

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ସଫଳତା ପାଇଁ ଅଭିନନ୍ଦନ

mahabharatanews

ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

mahabharatanews