ସାଂସଦଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସାଂସଦ ବିଭୁ ପ୍ରସାଦ ତରାଇ। ସୂଚନା ଅନୁଶାରେ, ୫୫ ନମ୍ବର ଜାତୀୟ ରାଜପଥର ହାଜିପୁର ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ସାଂସଦଙ୍କ ଇନୋଭା କାରକୁ, ପଛପଟୁ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଯାହାପରେ ଖବର ପାଇ ବିରିଡି ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲା । ଏବଂ ଦୁର୍ଘଟଣା ଘଟାଇ ଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।

