ଅପରାଧଓଡିଶା

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ମାଓବାଦୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ମାଓବାଦୀ। ଛତିଶଗଡ ସୁକମା ଜିଲ୍ଲା ଗୋଲାପଲ୍ଲୀ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ମାଓବାଦୀଙ୍କର ବଡ଼ ଧରଣର ଏନ୍‌କାଉଣ୍ଟର । ମାଓ କ୍ୟାମ୍ପରେ ଶତାଧିକ ମାଓବାଦୀ ଲୁଚି ରହି ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ଧରଣର ଟାର୍ଗେଟ କରିବାକୁ ଯୋଜନା କରୁଥିଲେ । ଏନେଇ ଛତିଶଗଡ଼ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ପାଇ ସର୍ଚ୍ଚ ଅପରେସନରେ ବାହାରିଥିବାବେଳେ ଗୁଳି ବିନିମୟ ହୋଇଥିଲା। ଯାହାର ପାଲଟା ଜବାବ ଦେଇଥିଲା ସୁରକ୍ଷା ବାହିନୀ । ଏନକାଉଣ୍ଟର ସ୍ଥଳରୁ ଏପର୍ଯ୍ୟନ୍ତ ଜଣେ ମହିଳା ସମେତ ତିନି ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ ଚାଲିଛି । ଅପରେସନରେ ଡିଆରଜି ଯବାନ ସାମିଲ ହୋଇଛନ୍ତି। ଏବେବି ଗୁଳି ବିନିମୟ ଜାରି ରହିଛି ।

Related posts

ମୁହଁତୋଡ ଜବାବ ଦେଲେ ଯବାନ

mahabharatanews

ବିଦ୍ୟୁତ ଅପବ୍ୟବହାର ରୋକିବା ନେଇ ପଥପ୍ରାନ୍ତ ନାଟକ ଆୟୋଜିତ

mahabharatanews

ଭତ୍ତା ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

mahabharatanews