ଓଡିଶାରାଜନୀତି

ହୋର୍ଡିଂକୁ ନେଇ ଚର୍ଚ୍ଚାରେ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ…

କଟକରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ  କଂଗ୍ରେସରୁ ବହିଷ୍କୃତ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ହୋର୍ଡିଂକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ। ସେ କହିଛନ୍ତିି, ଏ ହୋର୍ଡିଂ ଆମେ ଲଗାଇନାହୁଁ। କେହି ସମର୍ଥକ ଲଗାଇଥାଇପାରନ୍ତି। ଏଥିରେ କିଛି ଅସୁବିଧା ନାହିଁ। ସୋଫିଆଙ୍କୁ ଦଳୀୟ ଚିହ୍ନର ଆବଶ୍ୟକତା ନାହିଁ। ସମର୍ଥକ ଆମକୁ ଅଲଗା କରିନାହାନ୍ତି।

ମହମ୍ମଦ ମୋକିମ ଆହୁର କହିଛନ୍ତି, ବିଜେଡିର ଅସନ୍ତୁଷ୍ଟମାନେ ମୋ ସହ ଯୋଗାଯୋଗରେ ଅଛନ୍ତି। ବିଜେଡିରେ ତୀବ୍ର କନ୍ଦଳ ଚାଲିଛି। ମାର୍ଚ୍ଚରେ ରାଜ୍ୟସଭା ନିର୍ବାଚନ ବେଳେ ବିଜେଡି କନ୍ଦଳ ଆହୁରି ତୀବ୍ର ହେବ। ଏହା ଉପରେ ଆମେ ନଜର ରଖିଛୁ। କଂଗ୍ରେସରେ ବି ବହୁ ନେତା ଅବହେଳାର ଶିକାର ହୋଇଛନ୍ତି। ସେମାନେ ଆମ ସହ ଯୋଗାଯୋଗରେ ଅଛନ୍ତି। ଏପିରକି  ନୂଆ ବର୍ଷରେ କିଛି ନୂଆ ଘଟିବ ବୋଲି ମୁଁ ଆଶା ରଖିଛି।

Related posts

ଘୁମୁସରରେ ବାଘ ଗଣନା ଆରମ୍ଭ 

mahabharatanews

ଟିଭିକେକୁ ସମର୍ଥନ ଦେଲା କଂଗ୍ରେସ

mahabharatanews

୨୮ରୁ ରତ୍ନଭଣ୍ତାର ଲେଜର ସ୍କାନିଂ 

mahabharatanews