ଓଡିଶା

ସୁନା ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଗୁଳି କରି ଚମ୍ପଟ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଳୁଦରେ ସୁନା ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଗୁଳି କରି ଏକ ସ୍କୁଟିରେ ଚମ୍ପଟ ମାରିଥିବା ଜଣାପଡିଛି। ରାତିରେ ପାତ୍ର ଜୁଏଲାରୀ ମାଲିକ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଯୋଜନା ଅନୁଯାଇ ମାଲୁଦ ପ୍ରାଥମିକ ବିଦ୍ୟାଳୟ ନିକଟ ସହିଦ ସୁଦାମ ଚରଣ ଦାସଙ୍କ ପ୍ରତିମୂର୍ତ୍ତି ନିକଟ ଏକ ଅନ୍ଧାର ରାସ୍ତାରେ ଜଣେ ଦୁବୃତ୍ତ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ।

ଗୁଳି ବ୍ୟବସାୟୀଙ୍କ ଦେହରେ ନ ବାଜି ମଟର ସାଇକେଲ ଚଳାଉଥିବା କର୍ମଚାରୀ ପିଣ୍ଟୁ ଦାସଙ୍କ ଗୋଡ଼ରେ ବାଜିଥିଲା। ଉଭୟେ ତଳେ ପଡି ଯାଇଥିବା ବେଳେ ସାମ୍ନାରୁ ଏକ ମଟର ସାଇକେଲ ଆସିଥିଲା। ବ୍ୟବସାୟୀଙ୍କ ବ୍ୟାଗକୁ ଟାଣି ନ ପାରି ଭୟରେ  ସ୍କୁଟି ରେ ଖୁବ ଜୋରରେ ପଳାଇଥିଲେ। ଆହତ ପିଣ୍ଟୁ କୁଚିକିତ୍ସା ପାଇଁ କୃଷ୍ଣପ୍ରସାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ କୃଷ୍ଣପ୍ରସାଦ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛlନବିନ ଆରମ୍ଭ କରିଛି।

Related posts

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡ଼ି, ଫାଙ୍କା ପଡ଼ିଛି ୬ ଭାଗରୁ ୫ ଭାଗ ପ୍ରିନ୍ସିପାଲ ପଦବୀ

mahabharatanews

ଶ୍ରୀମନ୍ଦିରର  ୫୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

 ସେପ୍ଟେମ୍ବର ପହିଲାରୁ ରାଉରକେଲା-କୋଲକାତାକୁ ଉଡ଼ିବ ବିମାନ 

mahabharatanews