bharatଓଡିଶାଭାରତରାଜନୀତି

ରାଜ୍ୟସଭା ପ୍ରାର୍ଥୀ ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଆମେ ସମର୍ଥନ କରିବୁ ।

ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରି ୪ର୍ଥ ଆସନ ବିଷୟରେ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ ରାଜ୍ୟର ଦୁଇ ଜଣ ଯୋଗ୍ୟ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯାଉଛି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଧନ୍ୟବାଦ । ସଭାପତି ମନମୋହନ ସାମଲ ଏବଂ ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି । ରାଜ୍ୟକୁ ସମୃଦ୍ଧ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମନମୋହନ ସାମଲ ତୃଣମୂଳ ସ୍ତରର ନେତା । ପୂର୍ବରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଭିଜ୍ଞତା ମନମୋହନଙ୍କ ପାଖେ ଅଛି । ସେହିପରି ସୁଜିତ୍ କୁମାର ଜଣେ ଉଚ୍ଚ ଶିକ୍ଷିତ । ରାଜ୍ୟସଭାରେ ପୂର୍ବରୁ ସେ ଅନେକ ସ୍ବର ଉଠାଇଛନ୍ତି । ଆମ ପାଖରେ ସ୍ପଷ୍ଟ ବହୁମତ ଅଛି । ୭୯ ବିଧାୟକ ଆମର ଅଛନ୍ତି । ସମର୍ଥକ ଭାବେ ସ୍ବାଧୀନ ବିଧାୟକ ୩ ଜଣ ଅଛନ୍ତି । ଏଥିରେ ଦ୍ୱିମତ ନାହିଁ । ସେହିଭଳି ଦିଲ୍ଲୀପ ରାୟ ଚତୁର୍ଥ ଆସନ ପାଇଁ ସ୍ବାଧୀନ ଭାବେ ଲଢ଼ିବାକୁ ଘୋଷଣା କରିଛନ୍ତି । ଦଳ ତାଙ୍କୁ ମଧ୍ୟ ସମର୍ଥନ ଦେବାକୁ ଘୋଷଣା କରିସାରିଛି । ଦିଲ୍ଲୀପ ରାୟ ଜଣେ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ରାଜନେତା । ତାଙ୍କର ଅଭିଜ୍ଞତା ଅନେକ । ନିଜସ୍ବ ଶକ୍ତିରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସ୍ପଷ୍ଟ ବହୁମତ ଚତୁର୍ଥ ଆସନ ପାଇଁ ନାହିଁ । ଆମ ଦଳ ସହ ମୁଁ ନିଜେ ମଧ୍ୟ ସହମତ ଅଛି । ସେ ନିଶ୍ଚୟ ବିଜୟ ଲାଭ କରିବେ ଏ ବିଶ୍ବାସ ମଧ୍ୟ ଅଛି ।

56 Rajya Sabha seats go to polls on February 27 - The Hindu

ତେବେ ରାଜ୍ୟସଭା ୪ର୍ଥ ସିଟ୍ ଲଢେଇ ଏବେ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ସ୍ବାଭିମାନର ପ୍ରଶ୍ନ ହୋଇ ଠିଆ ହୋଇଛି । ତେବେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟ ନା ବିରୋଧୀ ବିଜେଡି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା କିଏ ହାତେଇବ ରାଜ୍ୟସଭାର ଚତୁର୍ଥ ଆସନ ତାହା ସବୁଠାରୁ ବଡ ପ୍ରଶ୍ନ ।

Related posts

ପ୍ରସ୍ତୁତ ହେଉଛି ଚନ୍ଦ୍ରଯାନ-୪ 

mahabharatanews

ମାଆ ପାଇଁ ପଇସା ରୋଜଗାର କରିବାକୁ ଯାଇ ପୁଅ ଗୁରୁତର

mahabharatanews

୭୩୦୩ବୁଥରେ ଭୋଟ ଦେଉଛନ୍ତି ମତଦାତା

mahabharatanews