ଗଜପତି ଜିଲ୍ଲା ସ୍ତରୀୟ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ୪.୩୦ ମି ପ୍ରଭାତଫେରି, ସକାଳ ୬ ଘଟିକା ସମୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି ସୌଧରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ସହରରେ ଥିବା ସମସ୍ତ ବରପୁତ୍ରମାନକୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା ପରେ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସହରର ଜନସାଧାରଣଙ୍କ ସହଯୋଗରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା ଏହି ଶୋଭାଯାତ୍ରା ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଶ୍ରୀଯୁକ୍ତ ଦୟାମୟ ପାଢ଼ୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି,ଅନୁପ ପଣ୍ଡା ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତିରେ ଥିଲେ।ପରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ଠାରେ ଏକ ସାଧାରଣ ସଭା ଓ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଜ ଅଭିଭାଷଣ ରେ କହିଥିଲେ ଯେ ଓଡ଼ିଶା ପ୍ରଦେଶ ଗଠନ କରିବାରେ ମହାରାଜ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଦୂରଦୃଷ୍ଟି , ଜୀବନବ୍ୟାପୀ, ସଂଘର୍ଷ ଓ ସାଧନା ଗଜପତି ଜିଲ୍ଲାକୁ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶରେ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି। ସେହିପରି ପାରଳାଖେମୁଣ୍ଡି ରୁ ସୃଷ୍ଠି ସାହିତ୍ୟ, ସଙ୍ଗୀତ, ନାଟକ, ଲୋକକଳା ଓ ପରମ୍ପରା ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ ହୋଇ ଥିଲା। ଶିଳ୍ପ ,ଶିକ୍ଷା, ସ୍ବାସ୍ଥ୍ୟ, କଳା, ସାହିତ୍ୟ, ପର୍ଯ୍ୟଟନ ଆଦି ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳିତ ବିକାଶ ହୋଇପାରିଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ବପ୍ନ ଓ ସଂକଳ୍ପକୁ ସାକାର କରିବାକୁ ଆମ ସମସ୍ତଙ୍କୁ କଠିନ ପରିଶ୍ରମ କରିଥିବା ପଡ଼ିବ ବୋଲି କହିଛନ୍ତି। ଅନ୍ୟତମ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ ନିଜ ଅଭଭାଷଣରେ କହିଥିଲେ ଯେ ୧୯୩୬ ମସିହା ଅପ୍ରେଲ ୧ ତାରିଖ ଆଜିର ଦିନରେ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ଏବଂ ମହାରାଜ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଓଡ଼ିଶା ପ୍ରଦେଶ ଗଠନ କରିବା ମୁଖ୍ୟ ଭୂମିକା ବୋଲି କହିଥିଲେ।
ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ପୃଥ୍ୱୀରାଜ ଯୋଗ ଦେଇ ଭାଷା ଭିତ୍ତିରେ ଓଡିଶା ପ୍ରଦେଶ ସମଗ୍ର ଦେଶର ପ୍ରଥମ ରାଜ୍ୟ | ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ପ୍ରଚେଷ୍ଟାରେ ଶେଷରେ ସଫଳ ହୋଇଥିଲା ୧୯୩୬ ମସିହା ଅପ୍ରେଲ ୧ ତାରିଖ ଆଜିର ଦିନରେ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ବୋଲି ମୁଖ୍ୟ ବକ୍ତା ବକ୍ତବ୍ୟ ରଖିଥିଲେ | ସେହିପରି ଓଡ଼ିଶା ପ୍ରଦେଶ ଗଠନ କରିବା ରେ ଗଜପତି ଜିଲ୍ଲା ରାଜ୍ୟ ତଥା ଦେଶରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି | ସ୍ୱତନ୍ତ୍ର ପ୍ରଦେଶ ଗଠନ ସହ ଓଡ଼ିଆଙ୍କ ସ୍ୱାଭିମାନକୁ ବଜାୟ ରଖିବା ଏହି ଆନ୍ଦୋଳନର ମୂଳ ଲକ୍ଷ ଥିଲା |
