ଓଡିଶା

ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ତିନିଦିନ ବ୍ୟାପି ଓଡିଶା ଦିବସ ସମାରୋହ

କଟକ ଜିଲ୍ଲା ସାଲେପୁର ଠାରେ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ତିନିଦିନ ବ୍ୟାପି ଅନୁଷ୍ଠତ ହେଉଥିବା ଓଡିଶା ଦିବସ ସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି। ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମ୍ମାନିତ ଅତିଥି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ,ମୁଖ୍ୟ ବକ୍ତା ଭାବେ ପ୍ରମେୟ ବ୍ୟୁରୋ ଚିଫ ଦେବେନ୍ଦ୍ର କୁମାର ସୁଆର, ବିଶିଷ୍ଟ ଅତିଥି ଭାବେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ,ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ଅରିନ୍ଦିମ ରାଏ , ଅନ୍ୟତମ ସମ୍ମାନିତ ଅତିଥି ଏଜି ଏମ ପ୍ରମେୟ ରମାକାନ୍ତ ମଲ୍ଲିକ ଯୋଗ ଦେଇ ମୁଧୁବାବୁ ସ୍ମୃତି ଚାରଣ କରିଥିଲେ।

ଶେଷ ସନ୍ଧ୍ୟା ନାଚ ଗୀତ ମାଧ୍ୟମରେ  ରାଜ୍ୟର କଳା ସଂସ୍କୃତି ଝଲକ ଦେଖିବାକୁ ମିଳିଥିଲା ଗୋଟିଏ ମଞ୍ଚରେ । ଚଳିଚିତ୍ର ଓ ଟେଲିଭିଜନ ଦୁନିଆର ବଛା ବଛା କଳାକାର ମାନଙ୍କ ମୁଗ୍ଧକର ଅଭିନୟ ହଜାର ହଜାର ଦର୍ଶକ ଙ୍କୁ ବିମୋହିତ କରିଥିଲା । ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାସହ ମଧୁ ବାବୁ ଙ୍କ ଜୀବନବ୍ୟାପୀ ତ୍ୟାଗ ବଳିଦାନ ର ଗାଥା କୁ ସମସ୍ତେ ମନେପକାଇଥିଲେ । ତେବେ ଆଞ୍ଚଳିକ ସାମ୍ବାଦିକ ସଂଘ ର ୧୧ ବର୍ଷ ଧରି ଏହି ଓଡିଶା ଦିବସ ସମାରୋହ ମହସହରୋହରେ ପାଳନ କରାଯାଉ ଥିବାରୁ ସମସ୍ତେ ପ୍ରଶଂସା କରିଥିଲେ । କଳାକାରମାନେ ମାନେ ଏହି ଉତ୍କଳ ଦିବସ ମଞ୍ଚରେ ଅଭିନୟ କରି ନିଜକୁ ଧନ୍ୟ ମଣିଥିଲେ।

Related posts

ପଦ୍ମପୁର ଉପନିର୍ବାଚନ : ପ୍ରାର୍ଥୀ ଘୋଷଣା କଲେ ଦୁଇ ଦଳ; ବାକି ରହିଗଲା ବିଜେଡି

mahabharatanews

ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

mahabharatanews

ମାଡି ଆସିବ କି ବିପତ୍ତି , ନୀଳ ଚକ୍ରରେ ପୁଣି ବସିଲା ଚିଲ ।

mahabharatanews