ହିଞ୍ଜିଳିକାଟୁରେ ଓଡ଼ିଆ ଭାଷା ସାହିତ୍ୟ ସମିତି ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଛି। ସ୍ଥାନୀୟ ମଧୁବାବୁ କମ୍ପ୍ଲେକ୍ସ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ର ପୂର୍ବତନ ବିଧାୟକ ହରିହର ସାହୁ, ସମ୍ମାନିତ ଅତିଥି ଭାବେ ବିରୋଧି ଦଳ ନେତା ଙ୍କ ପ୍ରତିନିଧି ଦେବାନନ୍ଦ ମହାପାତ୍ର,ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ. ଅନନ୍ତ ରାମ କର କୌଣ୍ଡନ୍ୟ, ବରିଷ୍ଠ ସାମ୍ବାଦିକ ଦ୍ଵିତିକୃଷ୍ଣ ପଣ୍ଡା ଯୋଗଦେଇଥିବା ବେଳେ।
ବିଜେପି ସାଂସଦ ବିଜୁବାବୁ ଙ୍କ ପ୍ରତି ପ୍ରଦାନ କରିଥିବା ଅପମାନ ସୂଚକ ମନ୍ତବ୍ୟ ପାଇ ସମିତି ର ସଭାପତି ଆକାଶ ପଟ୍ଟନାୟକ ନିନ୍ଦା ପ୍ରସ୍ତାବ ଆଗତ କରିଲେ ଏଥିରେ ପୂର୍ବତନ ବିଧାୟକ ହରିହର ସାହୁ, ବିରୋଧି ଦଳ ନେତା ଙ୍କ ପ୍ରତିନିଧି ଦେବାନନ୍ଦ ମହାପାତ୍ର ଙ୍କ ସମେତ ସମସ୍ତ ସଦସ୍ୟ ଦୃଢ଼ ନିନ୍ଦା କରିଥିଲେ ।
