ଓଡିଶାଶିକ୍ଷା

ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ଆଜିଠୁ ସକାଳୁଆ ସ୍କୁଲ

ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠୁ ସକାଳୁଆ ସ୍କୁଲ ପାଇଁ ନିଷ୍ପତି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରଥମ ଗୁରୁତ୍ୱ ଦେଇ, ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସକାଳ ୬ଟା ୩୦ରୁ ୧୦ଟା ୩୦ପର୍ଯ୍ୟନ୍ତ ପାଠପଢ଼ା ଚାଲିବ । ତାତିର ପ୍ରକୋପ ବୃଦ୍ଧି ପାଇବାରୁ ମଧ୍ୟାହ୍ନ ସମୟକୁ ଏଡ଼ାଇବା ପାଇଁ ଏହି ସକାଳୁଆ ସମୟ ଧାର୍ଯ୍ୟ କରାଯାଇଛି । ଏନେଇ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି ହୋଇଛି । ତେବେ ଗ୍ରୀଷ୍ମ ଛୁଟି ପରେ, ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍କୁଲ ସମୟ ସ୍ୱାଭାବିକ ଭାବରେ ଜାରି ରହିବ । ସକାଳୁଆ ସ୍କୁଲ ହେବା ସହ ସ୍କୁଲ ପରିଚାଳନା ପାଇଁ ବିଭାଗ ପକ୍ଷରୁ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି ।

Odisha considering morning schools due to scorching heat

କ’ଣ ରହିଛି ଗାଇଡଲାଇନ ?

ପାନୀୟ ଜଳର ଉପଲବ୍ଧତା ରଖିବା ସୁନିଶ୍ଚିତ କରିବା । ଆବଶ୍ୟକ ସ୍ଥଳେ, ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସ୍କୁଲ କ୍ୟାମ୍ପସ ଭିତରେ ଥିବା ନଳକୂପଗୁଡ଼ିକୁ ମରାମତି କରାଯିବ । ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ପାଣି ଘଣ୍ଟି ସହିତ ପାନୀୟ ଜଳ ବିରତି ରହିବ । ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ ରଖିବା ଆବଶ୍ୟକ ଏବଂ ଆବଶ୍ୟକ କରୁଥିବା ଛାତ୍ର/କର୍ମଚାରୀଙ୍କୁ ଯୋଗାଇ ଦିଆଯିବା ଆବଶ୍ୟକ । ସେହିପରି ଛାତ୍ରମାନେ ଯେପରି ଗରମ ପ୍ରବାହର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ବାହ୍ୟ କାର୍ଯ୍ୟକଳାପକୁ ସୀମିତ କରାଯିବ । ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ ଯିବା ସମୟରେ ପାଣି ବୋତଲ ସହ ପଠାଇବେ ।

Odisha government completes phase one of 5T school transformation program,  3,300 more to be transformed by March 2022 | Bhubaneswar News - Times of  India

Related posts

ଟ୍ରେନ ଯାତ୍ରା ବେଳେ ଜୀବନ ଗଲା

mahabharatanews

ସ୍ୱାମୀର ଚାଲିଥିଲା ଶ୍ରାଦ୍ଧବାର୍ଷିକ ! ସ୍ତ୍ରୀର ଚାଲିଗଲା ଜୀବନ

mahabharatanews

ତାଳଚେର ପୋଲିସ ପକ୍ଷରୁ ଆୟୋଜିତ ସାଇବର ସୁରକ୍ଷା ଅଭିଯାନ-୨୦୨୫ର ଶୁଭାରମ୍ଭ

mahabharatanews