ଓଡିଶା

ହିନ୍ଦୋଳ ବଡଶାଳ ଠାରେ ମା ତାରିଣୀଙ୍କ ଝାମୁଯାତ୍ରା

ପଣା ସଂକ୍ରାନ୍ତି ଉପଲକ୍ଷେ ଗାଁ ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ଆନନ୍ଦ ଉଲ୍ଲାସ। ସେହିଭଳି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍.ଏ ସି.ର ୧୨ ନମ୍ବର୍ ୱାର୍ଡ କାନ୍ଦରାଶୁଣି ଅନ୍ତର୍ଗତ ବଡ଼ଶାଳ ମା ତାରିଣୀ ପୂଜା କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପଣା ସଂକ୍ରାନ୍ତି ଉପଲକ୍ଷେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳର ବିଭିନ୍ନ ଅଞ୍ଚଳରୁ ମା ତାରିଣୀଙ୍କ ଝାମୁଯାତ୍ରା ଦେଖିବାକୁ ଭକ୍ତ ମାନଙ୍କର ସୁଅ ଛୁଟେ। ଆଖ ପାଖ ପରିବେଶ ଘଣ୍ଟ ମୃଦଙ୍ଗ ସ୍ଵରରେ ପ୍ରକମ୍ପିତ ହେବା ସହିତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ସମୟରେ ଆରମ୍ଭ ହୋଇଥାଏ ମା ତାରିଣୀଙ୍କ ଝାମୁଯାତ୍ରା। ଏହି ଝାମୁଯାତ୍ରାରେ ମାନସିକଧାରି ଭକ୍ତ ମାନେ ଅଗ୍ନିରେ ଚାଲିଥାନ୍ତି। ତେବେ ବିଶ୍ୱାସ ରହିଛି ମା ତାରିଣୀଙ୍କ ଝାମୁଯାତ୍ରାରେ ଭକ୍ତ ଅଗ୍ନିରେ ଚାଲିଲେ ଭକ୍ତଙ୍କ ମାନସିକ ପୂରଣ ହୋଇଥାଏ। ମଧ୍ୟାହ୍ନ ସମୟରେ ଭକ୍ତ ମାନଙ୍କ ନିମନ୍ତେ ପଣା ବଣ୍ଟନ ଏବଂ ପ୍ରାସାଦ ସେବନର ଆୟୋଜନ କରାଯାଇଥିଲା। ରାତ୍ରୀରେ ମେଲୋଡି ପୋଗ୍ରାମ ସାଙ୍ଗକୁ ବାଦଦଣ୍ଡର ଆୟୋଜନ କରାଯାଇଥିଲା।

ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ କମିଟି ସଦସ୍ୟ ସମୀର ନାଏକ,ପବିତ୍ର ନାଏକ, ଗଜେନ୍ଦ୍ର ନାଏକ,ସିଲୁ ନାଏକ,ଅଜୟ ନାଏକ,ଶଙ୍କର ନାଏକ, ହିରୁ ନାଏକ,ମହେଶ୍ୱର ନାଏକ, ଚୈତନ୍ୟ ନାଏକଙ୍କ ସମେତ ଅନେକ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ।ସେହିଭଳି ହିନ୍ଦୋଳ ଏନ୍ ଏ ସି ୩ ନମ୍ୱର୍ ୱାର୍ଡ ଚମ୍ପତି ସାହି ଠାରେ ଥିବା ମା ତାରିଣୀଙ୍କ ପୀଠରେ ଶତାଧିକ ଜନସମାଗମ ଦେଖିବାକୁ ମିଳିଥିଲା। ଦ୍ୱିପ୍ରହର ସମୟରେ ମା ତାରିଣୀଙ୍କ ପୀଠରେ ପ୍ରାୟ ସହସ୍ରାଧିକ ଲୋକ ମାନଙ୍କ ପାଇଁ କମିଟି ପକ୍ଷରୁ ପଣା ପ୍ରସ୍ତୁତ କରିବା ସହ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ହିନ୍ଦୋଳ ଏନ୍ ଏ ସି ର ମା ତାରିଣୀଙ୍କ ପୀଠରେ ଆଖପାଖ ଅଞ୍ଚଳରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ଜନସମାଗମ ଦେଖିବାକୁ ମିଳିଥିଲା।

Related posts

ସରପଞ୍ଚଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମୀକ୍ଷା କଲେ ଜିଲ୍ଲାପାଳ

mahabharatanews

ଆସୁଛି ଦୁଇଟି ଲଘୁଚାପ; ଓଡ଼ିଶାରେ ବର୍ଷା ସମ୍ଭାବନା

mahabharatanews

ରଥଯାତ୍ରା ପ୍ରସ୍ତୁତି :  ସରିଲା ଚକ ନିର୍ମାଣ କାର୍ଯ୍ୟ

mahabharatanews