ଓଡିଶା

ଭୋଟର ତାଲିକାରୁ ୯.୮ ଲକ୍ଷ ଭୋଟର କଟିବା ପରେ ଚିନ୍ତାରେ ଗୃହ ଵିଭାଗ

ରାଜ୍ୟ ସରକାରଙ୍କ ଗୃହ ନିର୍ବାଚନ ବିଭାଗ ଦ୍ୱାରା ଭୋଟର ତାଲିକାରୁ ବ୍ୟାପକ ନାମ କଟିବାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଇଲେକ୍ଟର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ପରଠାରୁ ପ୍ରାୟ ୯.୮ ଲକ୍ଷ ନାମ କଟିଯାଇଛି। କିନ୍ତୁ ଏଥିରେ ଅନେକ ତୃଟି ନେଇ ଅଭିଯୋଗ ମିଳିଛି। ଅନେକ ମାମଲାରେ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାମ କଟାଯାଇଥିବା ସହିତ ବିଏଲଓ (BLO) ମାନେ ତୃଣମୂଳ ସ୍ତରରେ ଯାଞ୍ଚ କରିନଥିବା ଅଭିଯୋଗ ଆସିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ୨ ଏପ୍ରିଲ୍ ୨୦୨୬ ପରେ ଆସିଥିବା ପ୍ରାୟ ୨ ଲକ୍ଷ Form-7 ଆବେଦନକୁ ଅସ୍ଥାୟୀ ଭାବେ ହୋଲ୍ଡରେ ରଖାଯାଇଛି।ଏହା ସହିତ, ସମସ୍ତ ERO (Electoral Registration Officer) ମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ଯେ ମୃତ ଭୋଟରଙ୍କ ନାମ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବେ।

ଏନେଇ ପରିବାର ବାର୍ଗ କିମ୍ୱା ନିକଟ ସମ୍ପର୍କୀୟ Form-7 ରେ ଆବେଦନ କରିବାକୁ ହେବ। ଯଦି ନାଁ କଟାଯାଇଛି, ତେବେ ଭୋଟରଙ୍କ ଠିକଣାରେ ସୂଚନା ଦେବାକୁ ହେବ। ସନ୍ଦେହଜନକ ଡୁପ୍ଲିକେଟ୍ କିମ୍ବା ତଥ୍ୟରେ ତ୍ରୁଟି ଥିଲେ ନୋଟିସ୍ ଜାରି କରି ଯାଞ୍ଚ କରାଯିବ..ଯେତିକି Form-7 ଆବେଦନ ଆସୁଚି, ସେଥିରୁ ଅତିକମରେ ୫୦% ମାମଲାରେ physical verification କରିବା ବାଧ୍ୟ। ତଥା, ଭୋଟରଙ୍କ ଅଭିଯୋଗଗୁଡ଼ିକୁ ୧୯୫୦ କଲ୍ ସେଣ୍ଟର, ଇମେଲ୍ କିମ୍ବା ଅନ୍ୟ ମାଧ୍ୟମରେ ଆସୁଥିବା ସମସ୍ତ ମାମଲାକୁ ଗୁରୁତ୍ୱ ସହ କ୍ଷେତ୍ରସ୍ତରରେ ଯାଞ୍ଚ କରିବାକୁ କୁହାଯାଇଛି।ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ, ସମ୍ବନ୍ଧିତ ଅଧିକାରୀମାନେ କମରେ ୫୦% ମାମଲା ଯାଞ୍ଚ ହୋଇଥିବା ସନ୍ଦର୍ଭରେ ସର୍ଟିଫିକେଟ୍ ଦେବା ପରେ ମାତ୍ର ପୁଣିଥରେ ଅନଲାଇନ୍ ପ୍ରକ୍ରିୟା ଆରମ୍ଭ ହେବ।

Related posts

ରାଜ୍ୟରେ ଆଉ ୧୦ ଜୀବନ ନେଲା କରୋନା

mahabharatanews

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ଦାସ

mahabharatanews

ପ୍ରତାପ ଷଢଙ୍ଗୀଙ୍କ ବିରୋଧରେ ଫେରାଦ ହେଲେ ବିଜେଡି

mahabharatanews