ଅପରାଧଓଡିଶା

ପୋଲିସ ହାତରେ ଆରଟିଓ ଚାଲାଣ ଲୁଟେରା । ଅଲ୍ ଇଣ୍ଡିଆ ଆରଟିଓ ଚାଲାଣ ନାମରେ କରୁଥିଲେ ଲୁଟ।

ଯଦି ଆପଣଙ୍କର RTO ଚାଲାଣ କଟିଛି ତେବେ ହୋଇ ଯାଆନ୍ତୁ ସାବଧାନ। କାରଣ ଏକ ନକଲି ଆପ ଜରିଆରେ ଲୋକମାନଙ୍କୁ ଲୁଟିବାରେ ସିଦ୍ଧହସ୍ତ ଦୁଇ ସାଇବର ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି କମିସନରେଟ୍ ପୋଲିସ। ସୁଚନା ଅନୁସାରେ ଅଲ୍ ଇଣ୍ଡିଆ ଆରଟିଓ ଚାଲାଣ ନାମରେ ଏକ ନକଲି ଆପ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିବା ବେଳେ ଏହାକୁ ଚଳାଉଥିବା ଦୁଇ ପେସାଦାର ସାଇବର ଠକ ଙ୍କୁ ଧରିବାରେ ସକ୍ଷମ ହୋଇଛି ମଙ୍ଗଳାବାଗ ପୋଲିସ।

ଏହି ଦୁଇ ଠକଙ୍କ ଶିକ୍ଷାଗତ ଯୋଗ୍ୟତା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଜଣେ ଆଇନ ରେ ସ୍ନାତକ ହାସଲ କରିଥିବା ବେଳେ ଆଉ ଜଣେ ଏମ୍ ବି ଏ ସାଙ୍ଗକୁ ବି ଟେକ୍ ଇଂଜିନିୟର। ବିଭିନ୍ନ ସମୟରେ ସାରା ଭାରତରେ ବାକି ଥିବା ଆରଟିଓ ଚାଲାଣଗୁଡ଼ିକୁ ରିହାତି ଦରରେ ପରିଶୋଧ କରିବାର ଦାବି କରି ଲୋକ ମାନଙ୍କୁ ଲୁଟିବା ଏମାନଙ୍କର ବୃତ୍ତିଗତ ଅଭ୍ୟାସ।ତେବେ ଦୁଇ ଲୁଟେରାଙ୍କୁ କୋର୍ଟ ଚାଲାଣ କରିବା ସହ ଏପରି ସାଇବର୍ ଠକ ମାନଙ୍କ ଠାରୁ ଦୂରେଇ ରହିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।

Pune: Case Filed Against RTO Agent For Defrauding Multiple People Of ₹7.5  Lakh

Related posts

କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସୋନପୁରରେ ପୋଲିସର କଡା ଚେକିଂ

mahabharatanews

 ପର୍ଯ୍ୟଟକଙ୍କ ମନ ମୋହୁଛି ଧଳା ବଉଳା କୁମ୍ଭୀର

mahabharatanews

ସାଧୁସନ୍ଥଙ୍କ ମେଳରେ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା

mahabharatanews