ବ୍ୟୁରୋ : ଲୋକଙ୍କୁ ସୁବିଧାରେ ମିଳିବ ଗ୍ୟାସ । ବର୍ତ୍ତମାନ ନା ଗୁଡିଏ କାଗଜ ପତ୍ର ଦେଖାଇବାକୁ ପଡିବ ନା ଅପେକ୍ଷା କରିବାକୁ ପଡିବ । ଇଣ୍ଡିଆନ ଗ୍ୟାସ କମ୍ପାନୀ ପକ୍ଷରୁ ଏହି ଯୋଜନା ଆରମ୍ଭ କରାଯାଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ପକ୍ଷରୁ କୁହାଯାଇଛି ଲୋକଙ୍କ ସୁବିଧା ପାଇଁ ଆମେ ନିୟମରେ ପରିବର୍ତ୍ତନ କରି ସାଧାରଣ ଲୋକଙ୍କୁ ଉପକୃତ କରାଇବାକୁ ଚାହୁଁଛୁ ।
ସୂଚନାନୁଯାୟୀ ବର୍ତ୍ତମାନ କେବଳ ଆଧାର କାର୍ଡ ଦେଖାଇ ଜଣେ ଏଲପିଜି ସଂଯୋଗ କରାଇ ପାରିବେ । ଏହା ପରେ ଆପଣ ଘରର ଠିକଣା ଦେଇ ତାହାକୁ ସବସିଡି ସଂଯୋଗରେ ମଧ୍ୟ ପରିବର୍ତ୍ତନ କରିପାରିବେ । ଏହାର ପ୍ରକିୟା ହେଲା ପ୍ରଥମେ ଆପଣ ଗ୍ୟାସ ଏଜେନ୍ସିକୁ ଯିବେ ସେଠରେ ନୂଆ ଗ୍ୟାସ ସଂଯୋଗ କରିବାର ଫର୍ମ ପୂରଣ କରିବେ ଓ ଫୋଟ ଏବଂ ଆଧାର କାର୍ଡର ସମସ୍ତ ତଥ୍ୟ ଦେବେ ପରେ ସହଜରେ ଗ୍ୟାସ ମିଳିଯାଇ ପାରିବ ।
