ଓଡିଶା

ମମର୍ନ୍ତୁତ ସଡ଼କ ଦୁର୍ଘଟଣା ,୧୦ଆହତ

(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ପାରାଦୀପ -ଚଣ୍ଡିଖୋଲ ଜାତୀୟ ରାଜପଥ ତାରିଣୀ ଛକରେ ଘଟିଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଏକ ଟ୍ରକ ଓ ବସ ଧକ୍କା ହୋଇଛି । ବସରେ ୩୦ଜଣ ଯାତ୍ରୀ ରହିଥିଲେ । ଫଳରେ ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ବସଟିର ନାଁ ହେଉଛି ‘ଶ୍ରୀୟା’ । କଟକରୁ ପାରାଦୀପ ଯାଉଥିବା ସବୟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Related posts

ଘରେ ନିଆଁ ଲାଗି ସହକାରୀ ବନଅଧିକାରୀ ଗୁରୁତର

mahabharatanews

ମାରୁତି ସେନା ପକ୍ଷରୁ ଆଦିତ୍ୟ ଦାଶଙ୍କ ସ୍ମୃତିରେ ବୃକ୍ଷ ରୋପଣ

mahabharatanews

ଏଣିକି ଆଧୁନିକ ପୋଷାକରେ ଶ୍ରୀମନ୍ଦିର ମନା !

mahabharatanews