ଓଡିଶା

ସିମେଣ୍ଟ କାରଖାନାରେ ବିସ୍ଫୋରଣ, ୧ ମୃତ

(ମହାଭାରତ, ରାଜଗାଙ୍ଗପୁର): ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଓସିଏଲ ସିମେଣ୍ଟ କାରଖାନାରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏଠାରେ ଥିବା ଓସିଏଲ ସିମେଣ୍ଟ କାରଖାନାରେ ବିସ୍ଫୋରଣ ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ଓସିଏଲ ସିମେଣ୍ଟ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ସଫେଇ ଚାଲିଥିଲା । ଶ୍ରମିକମାନେ ସଫେଇ କରୁଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା । ଏଥିରେ ରଶ୍ମିତା କୁଜୁର ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ କାରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ କାରଖାନାରେ ପୋଲିସ ମୁତୟନ ହୋଇଛନ୍ତି ।

Related posts

କରୋନା ପାଇଁ ପର୍ଯ୍ୟଟନ ଶିଳ୍ପ ମାନ୍ଦା

mahabharatanews

ଭି,ଏସ୍,ଏସ୍ ନଗରରେ ବନମହୋତ୍ସବ ସପ୍ତାହ ପାଳନ ଓ ବୃକ୍ଷ ରୋପଣ କାର୍ୟ୍ୟକ୍ରମ

mahabharatanews

ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦା କରିଛନ୍ତି

mahabharatanews