ଭାରତ

ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୮୧ ପାର 

(ହିମାଚଳ) : ଲଗାଣ ବର୍ଷାରେ ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବର୍ଷାଜନିତ ସଂଖ୍ୟା ୮୧ରେ ପହଞ୍ଚିଛି  ୪ ଦିନର ବର୍ଷାରେ ହିମାଚଳରେ ନାହିଁନଥିବା କ୍ଷୟକ୍ଷତି ହୋଇଛି। ଫଳରେ ହିମାଚଳରେ ବର୍ଷା ଏବଂ ଭୂସ୍ଖଳନ ପାଇଁ ୩ ଦିନରେ ୭୨ ଜଣଙ୍କ ମୃତ୍ୟୁ ହୋଇହୋଇଥିବା ବେଳେ ୧୩ ଜଣ ଏବେ ବି ନିଖୋଜ ଅଛନ୍ତି।

ସୂଚନାନୁଯାୟୀ , ଶିମ୍‌ଲାର ସମରହିଲ୍‌ରେ ଭୁଶୁଡ଼ି ପଡ଼ିଥିବା ଶିବ ମନ୍ଦିରର ଭଗ୍ନାବଶେଷ ତଳୁ ଆଜି ଆଉ ଏକ ମୃତଦେହ ଉଦ୍ଧାର କରାଯାଇଛି। ଏହି ମୃତଦେହ ହିମାଚଳପ୍ରଦେଶ ୟୁନିଭର୍ସିଟିର ଜ‌ଣେ ପ୍ରଫେସରଙ୍କର ବୋଲି ଜଣାପଡ଼ିଛି। ସମରହିଲ୍‌ ମନ୍ଦିର ଭୁଶୁଡ଼ିବା ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହେଲାଣି। ଆହୁରି ୭-୮ ଜଣ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ସମରହିଲ୍‌ରେ ଲଗାତାର ୪ ଦିନ ଧରି ଉଦ୍ଧାର ଅପ‌‌ରେସନ୍‌ ଜାରି ରହିଛି।

Related posts

ଦେଶରେ କମୁଥିବା ବେଳେ ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ରାଜ୍ୟସଭାକୁ ନିର୍ବାଚିତ ହେଲେ ସୋନିଆ ଗାନ୍ଧୀ

mahabharatanews

୩୦,୨୫୪ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାୱତ

mahabharatanews