ଭାରତ

 ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ପ୍ରାପ୍ତ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ମଶା ଅଡୁଆ

(ହାଇଦ୍ରାବାଦ) : ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ପ୍ରାପ୍ତ  ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଜେଲରେ ମଶାରୁ ତ୍ରାହି ପାଉ ନଥିବା କଥା ତାଙ୍କ ପୁଅ ପୋଷ୍ଟ କରିବା ପରେ ହଇଚଇ ସୃଷ୍ଟି ହୋଇଯାଇଛି । ପୁଅ ପୋଷ୍ଟ କରିଛନ୍ତି ଯେ, ମାରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ତାଙ୍କ ବାପାଙ୍କୁ ଜେଲ୍‌ରେ ପୂରାଇଛନ୍ତି।

ସୂଚନାନୁଯାୟୀ,  ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇଥିବା ‘ଟିଡିପି’ ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ଅଦାଲତଙ୍କ ଆଦେଶକ୍ରମେ ଜେଲ୍‌ର ବିଚାର ବିଭାଗୀୟ ହାଜତରେ ରଖାଯାଇଛି।  ସମ୍ପ୍ରତି ଚନ୍ଦ୍ରବାବୁ ନାଇଡୁଙ୍କୁ ରଖାଯାଇଥିବା ଆନ୍ଧ୍ର ପ୍ରଦେଶର ‘ରାଜାମୁନ୍ଦ୍ରୀ ସେଣ୍ଟ୍ରାଲ୍‌ ଜେଲ୍‌’ରେ ଅଳ୍ପ ଦିନ ତଳେ ଜଣେ କଏଦୀ ଡେଙ୍ଗୁଦ୍ବାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ବୋଲି ନର ଲୋକେଶ କହିଛନ୍ତି।

Related posts

ଘାଟି ତଳକୁ ଖସିଗଲା ବୋଲେରୋ, ଚାଲିଗଲା ୧୧ ଜୀବନ

mahabharatanews

ଯବାନଙ୍କ ଗହଣରେ ଦୀପାବଳୀ ପାଳିବେ ମୋଦି

mahabharatanews

ଚନ୍ଦ୍ରଯାନ-୩; କାଉଣ୍ଟ ଡାଉନ ଆରମ୍ଭ 

mahabharatanews