ଭାରତ

 କରୋନାର ନୂଆ ଭ୍ୟାରିଏଣ୍ଟ  JN.1

(ଦିଲ୍ଲୀ)  :  ସାରା ଦେଶରେ କରୋନା ଭ୍ୟାରିଏଣ୍ଟ ଭୟ କିଛି ଦିନର ବ୍ୟବଧାନ ପରେ ପୁଣି ଘନେଇବାରେ ଲାଗିଛି  । ଦିନକୁ ଦିନ  ଏହି ଭାଇରସ୍ ନୂଆ ନୂଆ ରୂପ ନେବାରେ ଲାଗିଛି । ପ୍ରତିଦିନ ଆମେ ନୂଆ ନୂଆ ଭାରିଏଣ୍ଟ ବିଷୟରେ ଜାଣିବାକୁ ପାଉ । ବର୍ତ୍ତମାନ ପୁଣି ଥରେ Covidର ନୂଆ ଭାରିଏଣ୍ଟ JN.1କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । JN.1 ହେଉଛି କରୋନାର ଏକ ନୂଆ ଭ୍ୟାରିଏଣ୍ଟ । ଯାହା XBB.1.5 ଏବଂ HV.1 ର ପ୍ରକାର ଅପେକ୍ଷା ଅନେକ ଗୁଣ ଅଧିକ ବିପଜ୍ଜନକ ।

ସୂଚନାନୁଯାୟୀ , SARS-CoV-2 ପ୍ରକାର JN.1 ଇଂଲଣ୍ଡ, ଫ୍ରାନ୍ସ, ଆଇସଲ୍ୟାଣ୍ଡ ଏବଂ ଆମେରିକା ଭଳି ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । କରୋନାର ଏହି ନୂଆ ଭ୍ୟାରିଏଣ୍ଟ ପ୍ରଥମେ ୨୫ ଅଗଷ୍ଟରେ ଲକ୍ସେମବର୍ଗରେ ଚିହ୍ନଟ ହୋଇଥିଲା । ଯାହା ପରେ ଏହାର ଷ୍ଟ୍ରେନ୍ ଅନ୍ୟ ଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା ​​ । ସବୁଠାରୁ ଚିନ୍ତାର ବିଷୟ ହେଉଛି, ଯେଉଁ ଲୋକମାନେ ନୂଆ ପ୍ରକାରର ଶିକାର ହେଉଛନ୍ତି, ସେମାନଙ୍କ ଦେହରେ କୋଭିଡ ଟୀକାକରଣର କୌଣସି ପ୍ରଭାବ ପଡୁହାଁନ୍ତି । ଏପର୍ଯ୍ୟନ୍ତ ଭାରତରେ ଏହି ଭ୍ୟାରିଏଣ୍ଟ ଗୋଟିଏ ବି ମାମଲା ଚିହ୍ନଟ ହୋଇନାହିଁ ।

Related posts

ଆଜି କେଜ୍ରିୱାଲ୍‌ଙ୍କ ମାଆବାପାଙ୍କୁ ପଚରାଉଚରା କରିବ ପୁଲିସ୍‌

mahabharatanews

ବିହାରରେ ଭାଙ୍ଗିବ କି ବିଜେପି ଜେଡିୟୁ ମେଣ୍ଟ

mahabharatanews

ଶପଥ ଗ୍ରହଣ କଲେ ଆମ୍‌ ଆଦ୍‌ମୀ ପାର୍ଟି’ର ୧୦ଜଣ ବିଧାୟକ

mahabharatanews