Uncategorized

ସିଆରପି ଯବାନଙ୍କୁ ମିଳିବ ବର୍ଷରେ ୧୦୦ ଦିନର ଛୁଟି

(ମହାଭାରତ / ମଧୁସ୍ମିତା ତ୍ରିପାଠୀ): କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ରବିବାର ଦିନ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, ସିଆରପିଏଫ ଯବାନଙ୍କର ଓ ସେମାନଙ୍କ ପରିବାରର ଜାତି ପ୍ରତି ଅମୂଲ୍ୟ ସେବା ବଦଳରେ ସରକାର ସେମାନଙ୍କର ସାମଗ୍ରୀକ ଯତ୍ନ ନେବା ପାଇଁ ପ୍ରତିଜ୍ଞାବଦ୍ଧ ବୋଲି ସିଆରପିଏଫ ଡିଜି ବିଲ୍ଡିଂର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇ ଶାହା କହିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି, ସେମାନେ ସୀମା ସୁରକ୍ଷାର ଗୁରୁ ଦାୟିତ୍ୱ ତୁଲାନ୍ତୁ, ସେମାନଙ୍କ ପରିବାରର ଦାୟିତ୍ୱ ସରକାର ନେବ । ଏହା ବ୍ୟତୀତ ସମସ୍ତ ଯବାନଙ୍କୁ ବାର୍ଷିକ ୧୦୦ ଦିନ ଲେଖା ଛୁଟି ଦିଆଯିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଥିବା ଗୃହମନ୍ତ୍ରୀ କହିଥିଲେ । ଶାହା ଆହୁରି କହିଥିଲେ, ସରକାର ଯବାନ ଓ ସେମାନଙ୍କ ପରିବାରର ଡାକ୍ତରୀ ମାଇନା ପାଇଁ ବ୍ୟବସ୍ଥାକରୁଛନ୍ତି । ଏହା ବ୍ୟତୀତ ସିଆରପିଏଫର ବି, ସି ଓ ଡି ବର୍ଗରେ ୩୫ ହଜାର ନୂୁଆ ପୋଷ୍ଟ ଘୋଷଣା କରିଛନ୍ତି । ନୂତନ ଢାଞ୍ଚାରେ ପଦୋନ୍ନତି ଆହୁରି ଦ୍ରୁତ ହେବ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିଆରପିଏଫରେ ଅବସର ନେବାର ବୟସକୁ ୫୭ରୁ ୬୦କୁ ଘୁଞ୍ଚାଯାଇଛି । ସେ ଆହୁରି କହିଥିଲେ, ସିଆରପିଏଫ ଯବାନ ଓ ଅନ୍ୟାନ୍ୟ ସୁରକ୍ଷା ବଳ ଯବାନଙ୍କ କଲ୍ୟାଣ ପାଇଁ ସରକାର ନୂଆ ଯୋଜନା ସବୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।

Related posts

ଏଣିକି ବହି ବସ୍ତାନୀ ବୋଝ କମିବ

mahabharatanews

ତିରୁମାଲା ମନ୍ଦିରକୁ ବିଦେଶୀ ନାଗରିକଙ୍କ ଏଣ୍ଟ୍ରି ବ୍ୟାନ

mahabharatanews

ହରିଣାୟା ଦଙ୍ଗା; ଗିରଫ ହେଲେ ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀ

mahabharatanews

Leave a Comment