ଓଡିଶା

ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’…..

(ସମ୍ବଲପୁର): ଆସୁଛି ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବ ନୂଆଁଖାଇ । ଚଳିତ ବର୍ଷ ନୂଆଁଖାଇରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ୱରୀ । ଶ୍ରଦ୍ଧାଳୁଙ୍କ ପାଇଁ ଦିନ ୧୨ଟା ୩୦ ମିନିଟ୍ ରୁ ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଖୋଲା ରହିବ ମା’ ସମଲେଶ୍ୱରୀଙ୍କ ମନ୍ଦିର । ଏନେଇ ସୂଚନା ଦେଇଛନ୍ତି ଟ୍ରଷ୍ଟ ବୋର୍ଡ଼ ସଭାପତି ସ୍ୟଞ୍ଜୟ ବାବୁ । ତେବେ ନୂଆଁ ଖାଇବା ପରେ ମା’ଙ୍କୁ ଦର୍ଶନ କରିବାର ପରମ୍ପରା ରହିଛି । ଗତବର୍ଷ କରୋନା ମହାମାରୀ ଓ କୋଭିଡ କଟକଣା ଯୋଗୁଁ ନୂଆଁଖାଇ ଦିନ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ଏନେଇ ଚଳିତ ବର୍ଷ ମନ୍ଦିର ଖୋଲା ରହିବ ନା ନାହିଁ ତାହା ଏକ ଦ୍ୱନ୍ଦ ସୃଷ୍ଟି କରିଥିଲା ଶ୍ରଦ୍ଧାଳୁଙ୍କ ମନରେ । ମାତ୍ର ବୈଠକ ପରେ ଗରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ଟ୍ରଷ୍ଟ ବୋର୍ଡ଼ ଓ ଜିଲ୍ଲା ପ୍ରଶାସନ । ତେବେ ଶ୍ରଦ୍ଧାଳୁଙ୍କୁ କୋଭିଡ ଗାଇଡଲାଇନ ମଧ୍ୟରେ ଦର୍ଶନ ପାଇଁ ଅନୁମତି ଦିଆଯାଇଛି ।

Related posts

ଆହୁରି ୩ ଦିନ ପ୍ରବଳ ବର୍ଷିବ

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ୨ଶହ ତଳକୁ ରହିଛି ; ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ସହିଦ୍ ଯବାନ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

mahabharatanews