Uncategorized

ଉଦ୍ଧବ ମନ୍ତ୍ରୀମଣ୍ଡଳରେ କରୋନା

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ମନ୍ତ୍ରୀ ହେଲେ ଏନସିପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ । ମୁଣ୍ଡେଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଏନସିପିର ବହୁ ନେତା ଭୟଭୀତ ହୋଇପଡିଛନ୍ତି । ଗତ ୧୦ ତାରିଖରେ ମୁଣ୍ଡେ ଏନସିପିର ବାର୍ଷିକ ସମାରୋହରେ ଯୋଗଦେଇଥିଲେ । ସେଠାରେ ସେ ବହୁ ନେତା ଓ ମନ୍ତ୍ରୀଙ୍କ ଯୋଗାଯୋଗରେ ଆସିଥିବେ । ଅପରପକ୍ଷରେ ମୁଣ୍ଡେଙ୍କ ଚିକିତ୍ସା ଆରମ୍ଭ ହୋଇ ଯାଇଛି । ମୁଣ୍ଡେଙ୍କ ରୋଷେଇଆ ଓ ଡ୍ରାଇଭର ସଂକ୍ରମିତ ଥିବା କୁହାଯାଇଛି ।
ସରକାରର ୩ ଜଣ ମନ୍ତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ରାନ୍ତ ହେଲେଣି । ଅବଶ୍ୟ ସେମାନେ ସୁସ୍ଥ ହୋଇସାରିଛନ୍ତି ।

Related posts

କମଲନାଥ, ପ୍ରଜାପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

mahabharatanews

କାନାଡାରେ ପାକ ସାମାଜିକ କର୍ମୀଙ୍କ ମୃତଦେହ କାନାଡାରୁ ଉଦ୍ଧାର

mahabharatanews

ଯୁବ ଉତ୍ସାହ ଭାରତ ପରିବର୍ତ୍ତନର ଆଧାର ହେବ: ମୋଦି

mahabharatanews