ଭାରତ

ଉଦଘାଟନ ହେଲା ସର୍ବବୃହତ ଶସ୍ୟ ସଂରକ୍ଷଣ ପାଇଲଟ ପ୍ରକଳ୍ପ 

(ଦିଲ୍ଲୀ) : ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ଉପହାର ପ୍ରଦାନ କରିଛନ୍ତି। ଶନିବାର ନୂଆଦିଲ୍ଲୀର ପ୍ରଗତି ମ‌ୈଦାନରେ ଥିବା ଭାରତ ମଣ୍ଡପମରେ ପୃଥିବୀର ସର୍ବବୃହତ ଶସ୍ୟ ସଂରକ୍ଷଣ ପାଇଲଟ ପ୍ରକଳ୍ପର ଉଦଘାଟନ କରିଛନ୍ତି।

ସୂଚନାନୁଯାୟୀ , ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୮ ହଜାର ପ୍ୟାକ୍ସରେ କମ୍ପ୍ୟଟରିକରଣର ଶୁଭାରମ୍ଭ କରିଛନ୍ତି। ଏହା ସହିତ ଅତିରିକ୍ତ ୫୦୦ ପ୍ୟାକ୍ସରେ  ଶସ୍ୟ ସଂରକ୍ଷଣ  ଗୋଦାମର ଶିଳାନ୍ୟାସ କରିଛନ୍ତି। ଏହି ଯୋଜନାରେ ଚାଷୀଙ୍କୁ ଋଣ ପ୍ରଦାନ, ଶସ୍ୟ ସଂରକ୍ଷଣ, ଶସ୍ୟ କ୍ରୟ ଏବଂ ପିଡ଼ିଏସ ପ୍ରଭୃତି ସୁବିଧା  ମିଳିବ। ପ୍ୟାକ୍ସ ଅନଲାଇନ ‌ହେବା ଦ୍ବାରା ସଂଚାଳନରେ ସୁବିଧା ସହିତ କାର୍ଯ୍ୟ ଦକ୍ଷତା, ସ୍ବଚ୍ଛତା ଏବଂ ଉତ୍ତରଦାୟୀ କ୍ଷେତ୍ରରେ ବହୁ ସୁଧାର ଆସି ପାରିବ।

Related posts

ଅକ୍ଟୋବରରୁ ଦେଶରେ ଆରମ୍ଭ ହେବ ୫ଜି ସେବା

mahabharatanews

ଜଷ୍ଟିସ ଏସ୍‌ ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା

mahabharatanews

ଆସନ୍ତାକାଲି ଲଞ୍ଚ ହେବ  ଚନ୍ଦ୍ରଯାନ-୩

mahabharatanews